ବୋଲେରୋ ପଛକୁ ପିଟିଲା ଟ୍ରକ: ଘଟଣାସ୍ଥଳରେ ୬ ମୃତ

ନୂଆଦିଲ୍ଲୀ: ରାଜସ୍ଥାନ ଯୋଧପୁର-ଜୟପୁର ଜାତୀୟ ରାଜପଥରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ବୋଲେରୋକୁ ପଛପଟୁ ଟ୍ରକ୍‌ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଥିଲେ । ତେବେ ଗୁରୁତର ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟରୁ ପ୍ରକାଶ ଯେ, ଏକ ବୋଲେରୋରେ କିଛି ଲୋକ ମନ୍ଦିର ଦର୍ଶନ କରିବାକୁ ବାହାରିଥିଲେ । ତେବେ ବିଲାଡା ନିକଟରେ ଗାଡି ଚକ ଫାଟିଯିବାରୁ ଚକ ବଦଳାଇ ସାରି ମନ୍ଦିର ଅଭିମୁଖେ ବାହାରିବା ବେଳେ ବୀପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ବୋଲେରୋକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏ ସମ୍ପର୍କରେ ସୂଚନା ପାଇ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଇଥିଲା । ତେବେ ଏହି ଦୁର୍ଘଟଣାର ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।