ଦେଶରେ ବିଭିନ୍ନ ସ୍ଥାନରେ ସିବିଆଇର ରେଡ

ବ୍ୟାପକ ଦୁର୍ନୀତି…

ଶ୍ରୀନଗର: ଜମ୍ମୁ କଶ୍ମୀରରେ ପୁଲିସ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଛାନଭିନ କରୁଥିବା ସିବିଆଇ ଦେଶର ୩୩ଟି ସ୍ଥାନରେ ଚଢ଼ାଉ କରିଛି । ମୁଖ୍ୟତଃ କୋଚିଂ ସେଣ୍ଟରର ଅଧିକାଂଶ ପିଲା ଲିଖିତ ପରୀକ୍ଷାରେ ପାସ କରିବା ପରେ ଏଥିରେ ଏକ ବିରାଟ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା । ଏହି ପରୀକ୍ଷା ୨୦୨୦ ମସିହା ମାର୍ଚ୍ଚ ୨୦ରେ ହୋଇଥିବା ବେଳେ ଏଥିରେ ୯୭ ହଜାର ପରୀକ୍ଷାର୍ଥୀ ଭାଗ ନେଇଥିଲେ ।

ଗତ ଜୁନ ୪ରେ ଏହି ପରୀକ୍ଷା ଫଳ ବାହାରିଥିବା ବେଳେ ୧୨ଶହ ଜଣ ପାସ କରିଥିବା ଜଣାପଡ଼ିଥିଲା । ସେମାନଙ୍କ ମଧ୍ୟରୁ ବହୁ ଜଣ ଉକ୍ତ କୋଚିଙ୍ଗ ସେଣ୍ଟର ଛାତ୍ରଛାତ୍ରୀ ହୋଇଥିବାରୁ ଏହା ପଛରେ ଏକ ସ୍କାମ ଥିବା ଅନ୍ୟ ପରୀକ୍ଷାର୍ଥୀ ଅଭିଯୋଗ ଆଣିଥିଲେ । ଏହାକୁ ନେଇ ସମଗ୍ର ରାଜ୍ୟରେ ତୁମ୍ବି ତୋଫାନ ହେବା ପରେ ଏହି ପରୀକ୍ଷା ଫଳକୁ ବାତିଲ କରାଯାଇ ସିବିଆଇ ଦ୍ୱାରା ମାମଲାର ଯାଞ୍ଚ କରାଯାଉଛି ।

ଏହି ମାମଲାରେ ସିବିଆଇ ୩୩ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଛି । ସିବିଆଇ ପକ୍ଷରୁ ଦେଶର ୩୩ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିବା ବେଳେ ସେଥିମଧ୍ୟରେ ଜମ୍ମୁର ୧୪ଟି, ଶ୍ରୀନଗରର ଗୋଟିଏ, ହରିୟାଣାର ୧୩ଟି ଓ ଗୁଜରାଟର ୧ଟି, ବେଙ୍ଗାଲୁରର ୧ ଓ ଉତ୍ତରପ୍ରଦେଶର ଗୋଟିଏ ଜାଗା ସମେତ ଭିନ୍ନ ଭିନ୍ନ ଜାଗାରେ ରେଡ କରାଯାଇଛି ।