ଜୁଲାଇରେ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ

ବେଙ୍ଗାଲୁରୁ : ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ବହୁ ଆକାଙ୍‌କ୍ଷିତ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ନିମନ୍ତେ ଚୂଡ଼ାନ୍ତ ପ୍ରସ୍ତୁତି ଚଳାଇଛି। ୟୁ.ଆର୍‌. ରାଓ ଉପଗ୍ରହ କେନ୍ଦ୍ରରେ ଏହି ମହାକାଶ ଯାନର ଚୂଡ଼ାନ୍ତ ସଂଯୋଗୀକରଣ ଚାଲିଛି। ଚନ୍ଦ୍ରପୃଷ୍ଠର ଥର୍ମୋ-ଫିଜିକାଲ ତତ୍ତ୍ବ, ଚନ୍ଦ୍ରପୃଷ୍ଠର କମ୍ପନ, ପ୍ଲାଜ୍‌ମା ପରିବେଶ ଆଦି ସମ୍ପର୍କରେ ଅଧ୍ୟୟନ କରିବାକୁ ଏହି ମହାକାଶ ଯାନରେ ସ୍ବତନ୍ତ୍ର ଉପକରଣ ପଠାଯିବ। ଏହି ମହାକାଶ ଯାନ ଜୁଲାଇ ପ୍ରଥମ ଅଥବା ଦ୍ବିତୀୟ ସପ୍ତାହରେ ମହାକାଶକୁ ପଠାଯିବ। ତେବେ ଏ ସମ୍ପର୍କରେ ତାରିଖ ଚୂଡ଼ାନ୍ତ ହୋଇନାହିଁ ।