ଚେନ୍ନାଇ ପହଞ୍ଚିଲା ଫାଇନାଲରେ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ର ପ୍ରଥମ ଯୋଗ୍ୟତା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ପ୍ରତିପକ୍ଷ ଗୁଜରାଟ ଟାଇଟନ୍ସକୁ ୧୫ ରନରେ ପରାସ୍ତ କରିଛି । ଏହି ବିଜୟ ଫଳରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତତ୍ୱାଧୀନ ଚେନ୍ନାଇ ୧୦ମ ଥର ପାଇଁ ଫାଇନାଲରେ ପହଞ୍ଚିବାରେ ସକ୍ଷମ ହୋଇଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୭ ୱିକେଟରେ ୧୭୨ ରନ୍ ସଂଗ୍ରହ କରିଥିଲା ।

ଜବାବରେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୧୫୭ ରନରେ ଅଟକି ଯାଇଥିଲା । ଶୁଭ୍ରାଂଶୁ ଗତକାଲିର ମ୍ୟାଚରେ ଚେନ୍ନାଇ ପାଇଁ ଜଣେ ବଦଳ ଖେଳାଳି ଭାବେ ଖେଳିଥିଲେ । ତେବେ ଏହି ବଦଳ ଖେଳାଳି ସତେ ଯେମିତି ସମସ୍ତଙ୍କର ମନୋଭାବକୁ ବଦଳାଇବାରେ ସକ୍ଷମ ହୋଇଥିଲେ । ଚେନ୍ନାଇ ଫାଇନାଲ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଓଡ଼ିଆ ପୁଅର ଏହି ସିଧା ଥ୍ରୋ ସତେ ଯେମିତି ସିଧା ଯାଇ ଦର୍ଶକଙ୍କ ହୃଦୟରେ ବାଜିଥିଲା ।