ମଝି ଦରିଆରେ ଛଟପଟ: ବିଜେପିର ୧୪ ସାଂସଦ

ନୂଆଦିଲ୍ଲୀ: ସାଂସଦ ପଦଟିକୁ ରଖିବେ କି ବିଧାୟକ ପଦବୀ; ଏମିତି ଏକ ଅଡୁଆରେ ପଡ଼ିଛନ୍ତି ୧୪ ଜଣ ମୋଦୀ ଅନୁଗତ । ହାଇକମାଣ୍ଡଙ୍କ ପରାମର୍ଶକୁ ଗ୍ରହଣ କରି ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ । ବିଜୟୀ ହେବା ପରେ ୧୪ ଦିନ ଭିତରେ ସେମାନଙ୍କୁ ଯେକୌଣସି ଗୋଟିଏ ଆସନ ଛାଡ଼ିବାକୁ ହେବ ।

କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ପ୍ରହ୍ଲାଦ ଜୋଷୀ ପଟେଲ ଓ ଫଗନ ସିଂ କୁଲସ୍ତେଙ୍କ ସମେତ ବିଜେପିର ପ୍ରାୟ ୨୧ ଜଣ ସାଂସଦ ବିଧାନସଭା ନିର୍ବାଚନକୁ ଓହ୍ଲାଇଥିଲେ । ସେମାନଙ୍କ ଭିତରୁ ରାଜସ୍ଥାନରେ ୭, ମଧ୍ୟପ୍ରଦେଶରେ ୭, ଛତିଶଗଡ଼ରେ ୪ ଓ ତେଲଙ୍ଗାନାରେ ୩ ଜଣ ବିଜେପି ସାଂସଦ ନିର୍ବାଚନରେ ଲଢ଼ିଥିଲେ।

କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ପ୍ରହଲ୍ଲାଦ ପଟେଲ, ରେଣୁକା ସିଂ, ବାବା ବାଲକନାଥ, ଦିୟା କୁମାରୀ, କିରୋରୀ ଲାଲ ମୀନା, ରାଜ୍ୟବର୍ଦ୍ଧନ ରାଠୋର ନିର୍ବାଚନରେ ଜିତିଛନ୍ତି ।