ବିଜେପି ଭାଗ୍ୟରେ ନାହିଁ ଓଡ଼ିଶା ଚଉକି: ବିଜଦ

ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜେପିର ସରକାର ଗଠନ ଆଶା ଫଳବତୀ ହୋଇଛି । କିନ୍ତୁ ତା’ର ପ୍ରଭାବ ଓଡ଼ିଶା ଭୋଟରଙ୍କ ଉପରେ ପଡ଼ିବନି ବୋଲି ବିଜୁ ଜଳକା ଦଳ ଆବାହକ ସୀତାରାମ ବେହେରା କହିଛନ୍ତି । ଶ୍ରୀ ବେହେରା କହିଛନ୍ତି, ଆମେ ଜଳକା ଲୋକ । ଆମକୁ ବିଜେପି ଓ ବିଜେଡି ଭଲ କରି ଲୁଟୁଛନ୍ତି । ପୁଲିସ ଓ ଗଣମାଧ୍ୟମକୁ ଅସ୍ତ୍ର କରି ବିଜେପି ଓ ବିଜେଡି ଆମ ରକ୍ତମାଂସ ହାଡ଼ ଝୁଣୁଛନ୍ତି । ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ବଦଳରେ ମୋଦୀ ସରକାର ରିହାତି ଦରରେ ଚାଉଳ, ଅଟା, ଡାଲି, ଖାଇବା ତେଲ ବିକିବାର ବନ୍ଦୋବସ୍ତ କରିଛନ୍ତି ଯାହା ସମୁଦ୍ରକୁ ଶଙ୍ଖେ ଭଳି ।

ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଜନତା ପୂର୍ବରୁ ବିଜେପି ଶାସନର ସୁଆଦ ପାଇଥିଲେ । ତେଣୁ ଚଳିତ ବିଧାନସଭା ନିର୍ବାଚନରେ ବିଜେପିକୁ ସରକାର ଗଠନ କରିବାକୁ ସୁଯୋଗ ଦେଲେ ।

ଆମର ଏଠି ନବୀନ ପଟ୍ଟନାୟକ ଜିନ୍ଦାବାଦ । ନବୀନ ପଟ୍ଟନାୟକଙ୍କ ନାମରେ ଓଡ଼ିଶାର ମାଟିଗୋଡ଼ି ବାଲିଗରଡ଼ା ଯଦି ନିର୍ବାଚନରେ ଲଢ଼ନ୍ତି, ଆରାମରେ ଜିତାପଟ ହାସଲ କରିବେ । ଓଡ଼ିଶାର ଭୋଟରମାନେ ଥରେ ଯାହାକୁ ଭଲ ପାଇ ଯାଇଛନ୍ତି, ତାକୁ ମଶାଣିରେ ଦାହ ନ କରିବା ଯାଏ ଛାଡ଼ିବେନି ।

ମୋଦୀ ସରକାର ମାଗଣାରେ ଚାଉଳ ବିତରଣ କରିବା ପୂର୍ବରୁ ନବୀନ ପଟ୍ଟନାୟକ ଟଙ୍କାକରେ କିଲେ ଚାଉଳ ଯୋଗାଇ ଆମକୁ ବଂଚିବାର ସାହାରା ଯୋଗାଇଛନ୍ତି । ଆମେ ତାଙ୍କୁ ହାରିବାକୁ ଦେବୁ ନାହିଁ ।