ପାକିସ୍ତାନ ସରକାରଙ୍କୁ ଚୀନର କଡା ଚେତାବନୀ

ପାକିସ୍ତାନର ଯୋଜନା ଓ ବିକାସ ମନ୍ତ୍ରୀ ଅହସାନ ଇକବାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା….

ନୂଆଦିଲ୍ଲୀ: ପାକିସ୍ତାନର ଯୋଜନା ଓ ବିକାସ ମନ୍ତ୍ରୀ ଅହସାନ ଇକବାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଚୀନର ସ୍ୱତନ୍ତ୍ର ବିଜୁଳି ଉତ୍ପାଦକମାନେ ଏହି କଥା କହିଛନ୍ତି । ଏହି ବୈଠକ ସମୟରେ ବିଜୁଳି ଉତ୍ପାଦନ କରୁଥିବା କମ୍ପାନୀମାନେ ୩୦୦ ଅରବ ପାକିସ୍ତାନ ଟଙ୍କା ପାଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ଚୀନର ସ୍ୱତନ୍ତ୍ର ବିଜୁଳି ଉତ୍ପାଦକମାନଙ୍କର ପାଖାପାଖି ୨୫ ଜଣ ପ୍ରତିନିଧି କହିଛନ୍ତି ଯଦି ସେମାନଙ୍କର ବାକି ଟଙ୍କା ନମିଳେ ତେହେଲେ ସେମାନେ ଆଗାମି କିଛିଦିନ ଭିତରେ କାମ ବନ୍ଦ କରି ଦେବେ । ସେମାନଙ୍କ ମଧ୍ୟରେ କିଛି ଅଧିକାରୀ କହିଥିଲେ ପୂର୍ବରୁ ବ୍ୟବହାର କରାଯାଇଥିବା ବିଜୁଳିର ବାକି ଟଙ୍କା ମଧ୍ୟ ଦିଆ ଯାଇନାହିଁ ଓ ସେତେବେଳେ କରୋନା ମହାମାରୀ ପାଇଁ ଆର୍ଥିକ ସମସ୍ୟା ମଧ୍ୟ ଅଧିକ ରହିଥିଲା ।

ଏହାଛଡ଼ା ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଚୀନ ଯାତ୍ରା ସମୟରେ ପୂର୍ବ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଆପିପିର ବାକି ଟଙ୍କା ଦେବାର ପ୍ରତିଶୃତି ମଧ୍ୟ ପୁରା ହୋଇନାହିଁ । ସେଠାକାର ନୂଆ ବୈଦେଶିକ ମନ୍ତ୍ରୀ ଇକବାଲ କହିଛନ୍ତି ଯେ, ଚଳିତ ମାସ ସେମାନଙ୍କର ଆର୍ଥିକ ସମସ୍ୟାକୁ ଦୂର କରାଯିବ ବୋଲି ସେ ଚୀନର ଅଧିକାରୀଙ୍କୁ କଥା ଦେଇଛନ୍ତି ।