ହାତରେ ନ ମାରି ତାଇୱାନକୁ ଭାତରେ ମାରିବା ପାଇଁ ଚୀନର ଜୈବିକ ଅସ୍ତ୍ର- ‘ଜିନୋଟିକ୍ ଲଙ୍ଗ୍ୟା’

ତାଇୱାନ ଆକ୍ରମଣ ପାଇଁ ଚୀନର ଜୈବିକ ଅସ୍ତ୍ର ପ୍ରସ୍ତୁତି ଆରମ୍ଭ..

ସାରାବିଶ୍ୱରୁ କରୋନା ମହାମାରୀର ପ୍ରଭାବ ଏପର୍ୟ୍ଯନ୍ତ କମିନାହିଁ, ଆଉ ଏହାରି ଭିତରେ ଚୀନରେ ଏକ ନୂଆ ଭୁତାଣୁର ଖବର ସାମ୍ନାକୁ ଆସିଛି । ତାଇୱାନର ସେଂଟର ଫର ଡିଜିଜ କଂଟ୍ରୋଲ- ସିଡିସିର ଦାବି ଅନୁସାରେ ଚୀନରେ ମିଳିଛି ନୂଆ ଭୂତାଣୁ ‘ଜିନୋଟିକ୍ ଲଙ୍ଗ୍ୟା’ । ଏହି ନୂଆ ଭୂତାଣୁରେ ଏପର୍ଯ୍ୟନ୍ତ ସଂକ୍ରମିତ ହେଲେଣି ୩୫ ଜଣ । ତେବେ ସାନ୍ଡଙ୍ଗ ଏବଂ ହେନାନ ପ୍ରାନ୍ତରୁ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ, ପଶୁ ଦେହରୁ ମଣିଷକୁ ବ୍ୟାପୁଥିବା ତାଇପେ ଟାଇମ୍ସର ରିପୋର୍ଟ ।

ଚୀନର ଉହାନରୁ ବ୍ୟାପିଥିବା କରୋନା ଭୂତାଣୁ ଅଭିଯୋଗ ହୋଇଆସୁଛି । ମୁଖ୍ୟତଃ ଜୈବିକ ଅସ୍ତ୍ର ଭାବରେ ଚୀନ ଏହାକୁ ବ୍ୟବହାର କରିବା ପାଇଁ ବିକଶିତ କରୁଥିବାବେଳେ ଲ୍ୟାବରୁ ଭାଇରସ ଲିକ୍ ହୋଇଥିବା କୁହାଯାଇଥିଲା । ଜିନୋଟିକ୍ ଲଙ୍ଗ୍ୟା ତାଇୱାନର ଦାବି ଅନୁସାରେ ଏହି ନୂଆ ପ୍ରକାର ଭୂତାଣୁକୁ ଠାବ କରିବା ପାଇଁ କେତେକ ଗୃହପାଳିତ ପଶୁଙ୍କ ସେରୋ ସର୍ଭେ କରାଯାଇଥିଲା । ଚୀନରେ ନୂଆ ଭୂତାଣୁ ଚିହ୍ନଟ ହେବା ପରେ ପୁଣି ଥରେ ସାରାବିଶ୍ୱର ଭୟ ବଢିଛି ।

ତାଇୱାନକୁ ଚୀନ ନିଜର ବୋଲି ଦାବି କରିଆସୁଛି ଯାହାକି ଚୀନ ଠାରୁ ମାତ୍ର ୧୦୦ ମାଇଲ ଦୂରରେ ରହିଛି ତାଇୱାନ୍ଏ। ବିଶେଷ କରି ନାନ୍ସି ପେଲୋସିଙ୍କ ଗସ୍ତ ପରେ ତିକ୍ତତା ବଢିଥିବାରୁ ହାତରେ ନମାରି ତାଇୱାନକୁ ଭାତରେ ମାରିବା ପାଇଁ ଚୀନ ଏଭଳି ଏକ ଜୈବିକ ଅସ୍ତ୍ର ବିକଶିତ କରିଥିବା ଆଶଙ୍କା କରୁଛି ତାଇପେଇ ।