160×600
160×600

୧୬ ଦେଶକୁ ଯାଇପାରିବେ ନାହିଁ ସାଉଦି ଆରବ ନାଗରିକ

ସାଉଦି ଆରବ ଏହାର ନାଗରିକଙ୍କୁ ଭାରତ ସମେତ ୧୬ ଦେଶକୁ ଭ୍ରମଣ ଉପରେ ରୋକ…

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ ବୃଦ୍ଧି ଭୟରେ ଭାରତ ସମେତ ୧୬ ଦେଶ ଉପରେ କଟକଣା ଲଗାଇଲା ସାଉଦି ଆରବ । ସାଉଦି ଆରବ ଏହାର ନାଗରିକଙ୍କୁ ଭାରତ ସମେତ ୧୬ ଦେଶକୁ ଭ୍ରମଣ ଉପରେ ରୋକ ଲଗାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଲେବାନନ୍‌, ସିରିଆ, ତୁର୍କୀ, ଇରାନ, ଆଫଗାନିସ୍ତାନ, ୟେମେନ, ସୋମାଲିଆ, ଇଥିଓପିଆ, ଡେମୋକ୍ରାଟିକ୍‌ ରିପବ୍ଲିକ ଅଫ କଙ୍ଗୋ, ଲିବିୟା, ଇଣ୍ଡୋନେସିଆ, ଭିଏତନାମ, ଆର୍ମେନିଆ, ବେଲାରୁଷ, ଏବଂ ଭେନେଜୁଏଲାକୁ ଯାତ୍ରା କରିପାରିବେ ନାହିଁ ସାଉଦି ଆରବ ନାଗରିକ । ଅନ୍ୟପଟେ ମଙ୍କିପକ୍ସ ଅନେକ ଦେଶରେ ଏବେ ଚିହ୍ନଟ ହେଉଥିବା ବେଳେ ସାଉଦି ଆରବରେ ଏହି ପ୍ରକାରର ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଏନେଇ ସାଉଦି ଆରବରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।