ଭାରତର ୧୦ ଲକ୍ଷ ଆଶାକର୍ମୀ ସମ୍ମାନିତ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଆଶାକର୍ମୀମାନଙ୍କୁ ସମ୍ମାନିତ କରାଯାଇଛି…

ନୂଆଦିଲ୍ଲୀ : ଭାରତର ୧୦ ଲକ୍ଷ ମହିଳା ଆଶା ସ୍ୱୟଂସେବକଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମ୍ମାନିତ କରିଛି । କରୋନା କାଳରେ ଆଶାକର୍ମୀ ଗ୍ରାମାଞ୍ଚଳରେ ଘରକୁ ଘର ଯାଇ ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ପହଞ୍ଚାଇଥିଲେ । ସେହିପରି ଦେଶରେ କରୋନା ଭାଇରସ ବିରୋଧରେ ଅଭିଯାନରେ ଆଶାକର୍ମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଆଶାକର୍ମୀମାନଙ୍କୁ ସମ୍ମାନିତ କରାଯାଇଛି । ସବୁଠାରୁ ବଡ କଥା ହେଲା ଯେ, ଭାରତରେ କରୋନା ମହାମାରୀ ଯେତେବେଳେ ପିକ ସ୍ତରରେ ଥିଲା, ଲୋକେ ଅନ୍ୟମାନଙ୍କ ପାଖକୁ ଯିବାକୁ ଭୟ କରୁଥିଲେ । ଏହି ସଂକଟ ସମୟରେ ଆଶାକର୍ମୀମାନେ ଭୟ ନ କରି ଅନ୍ୟରଘରକୁ ଘର ଯାଇ ରୋଗୀଙ୍କୁ ଚିହ୍ନଟ କରୁଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସମ୍ମାନିତ ସମସ୍ତ ଆଶା କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।