ଡବ୍ଲ୍ୟୁଏଚଓର ଚେତାବନୀ: ଶେଷ ହୋଇନି ସଂକ୍ରମଣ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ କହିଛନ୍ତି ଯେ ସଂକ୍ରମଣର ନୂଆ ମାମଲା…

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ମାମଲାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଚେତାବନୀ ଦେଇଛନ୍ତି ଯେ, ସଂକ୍ରମଣ ଏବେ ବି ପୂରା ଶେଷ ହୋଇନାହିଁ । ସେ କହିଛନ୍ତି ଏବେବି ସତର୍କତାର ସହ ରହିବା ଦରକାର । ଜେନିଭାରେ ସଂଗଠନର ବାର୍ଷିକ ବୈଠକରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟ୍ରେଡ୍‌ରୋସ ଅଦାନେମ କହିଛନ୍ତି ଯେ, ନମୁନାର ଯାଞ୍ଚ ଓ ଜୀନୋମ ସିକ୍ୱେନ୍ସ କମ ଅର୍ଥ ଆମେ ଭାଇରସକୁ ଅଣଦେଖା କରୁଛେ । ସେହିପରି ସେ କହିଛନ୍ତି କମ ରୋଜଗାର ସଂପନ୍ନ ଦେଶରେ ଏପର୍ଯ୍ୟନ୍ତ କରୋନା ଟିକା ସମସ୍ତଙ୍କୁ ଦିଆଯାଇ ପାରି ନାହିଁ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ କହିଛନ୍ତି ଯେ ସଂକ୍ରମଣର ନୂଆ ମାମଲା ଆଗ ଅପେକ୍ଷା ଅବଶ୍ୟ କମ ରହିଛି । ବିଶ୍ୱରେ ୬୦ ପ୍ରତିଶତ ଲୋକ କରୋନା ଟିକା ନେଇଛନ୍ତି । ଏହା ପରେ ବି ମହାମାରୀ ସବୁ ସ୍ଥାନରେ ଶେଷ ହୋଇନାହିଁ । ତେଣୁ କରୋନା ସଂକ୍ରମଣ ଏବେବି ବଢିବାର ଆଶଙ୍କା ରହିଛି । ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତର ୧୦ ଲକ୍ଷ ମହିଳା ଆଶା ସ୍ୱୟଂସେବକଙ୍କୁ ସମ୍ମାନିତ କରିଛି ।