ଜ୍ଞାନବାପୀ ମସଜିଦ୍‌ ମାମଲା: ବାରାଣସୀ ଜିଲ୍ଲା ଅଦାଲତରେ ହେବ ଶୁଣାଣି

ଜ୍ଞାନବାପୀ ମାମଲା ସହିତ ଜଡିତ ସମସ୍ତ ଫାଇଲ ଏବଂ ପ୍ରମାଣପତ୍ର ଜିଲ୍ଲା ଜଜ କୋର୍ଟଙ୍କୁ ହସ୍ତାନ୍ତର…

ବାରାଣସୀ : ଉତ୍ତର ପ୍ରଦେଶରେ ଚର୍ଚ୍ଚିତ ଜ୍ଞାନବାପୀ ମସଜିଦ୍‌ ମାମଲାରେ ବାରାଣସୀ ଜିଲ୍ଲା ଅଦାଲତରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ । ଏହି ସମୟରେ ଉଭୟ ହିନ୍ଦୁ ଓ ମୁସଲିମ ପକ୍ଷରୁ ଓକିଲ ଜଜଙ୍କ ସାମ୍ନାରେ ହାଜର ହେବେ । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସିଭିଲ କୋର୍ଟ ଶନିବାର ଜ୍ଞାନବାପୀ ମାମଲା ସହିତ ଜଡିତ ସମସ୍ତ ଫାଇଲ ଏବଂ ପ୍ରମାଣପତ୍ର ଜିଲ୍ଲା ଜଜ କୋର୍ଟଙ୍କୁ ହସ୍ତାନ୍ତର କରିଥିଲେ । ସୂଚନାଯୋଗ୍ୟ ଯେ, ଡାକ୍ତର ଅଜୟ କୃଷ୍ଣା ବିଶ୍ୱେଶା ଜିଲ୍ଲା ଏବଂ ଦୌରାଜଜ ବାରାଣସୀ ଅଛନ୍ତି, ଯିଏକି ଜ୍ଞାନବାନୀ ମସଜିଦ ମାମଲାରେ ସୁପ୍ରିମ କୋର୍ଟଙ୍କ ଆଦେଶ ପରେ ଶୁଣାଣି କରିବେ ।

ଅଞ୍ଜୁମନ ଇତେଜାମିୟା କମିଟିର ପ୍ରତିନିଧିତ୍ୱ କରୁଥିବା ଓକିଲ ଅଭୟ ନାଥ ଯାଦବ କହିଛନ୍ତି ଯେ, ପୂର୍ବରୁ ଏହା ନିର୍ଦ୍ଧାରଣ କରାଯାଉ ଯେ, ମାମଲା ଚାଲିବା ଯୋଗ୍ୟ କି ନାହିଁ । ସୂଚନାଯୋଗ୍ୟ ଜ୍ଞାନବାପୀ ମାମଲାକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ଶୁଣାଣି ସମୟରେ ସୁପ୍ରିମକୋର୍ଟ ବାରାଣସୀ ଜିଲ୍ଲା ଜଜଙ୍କୁ କେସ ହସ୍ତାନ୍ତର କରିଛନ୍ତି ।