କଂଗ୍ରେସ ଛାଡିବେ ପୋଷ୍ଟର ଗର୍ଲ ପ୍ରିୟଙ୍କା

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଉତ୍କଣ୍ଠାପୂର୍ଣ୍ଣ ହେବାରେ ଲାଗିଛି । ସେହିପରି ନେତାମନ୍ତ୍ରୀଙ୍କ ଦଳ ଅଦଳ ବଦଳ ମଧ୍ୟ ଚାଲଛି । ୟୁପିରେ କଂଗ୍ରେସର ‘ଲଡକି ହୁଁ, ଲଡ ସକତି ହୁଁ’ ଅଭିଯାନର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟଙ୍କ କଂଗ୍ରେସ ଛାଡି ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ଚାଲିଛି । ଏକ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, ୟୁପି ବିଧାନସଭା ନିର୍ବାଚନରେ କଂଗ୍ରେସରୁ ଟିକେଟ୍‌ ନମିଳିବା କାରଣରୁ ପ୍ରିୟଙ୍କା ନିରାଶ ହେଇଛନ୍ତି ।

ତେଣୁ ସେ କଂଗ୍ରେସ ଛାଡି ବିଜେପିରେ ମିଶିପାରନ୍ତି । ଅନ୍ୟପଟେ ପ୍ରିୟଙ୍କା କହିଛନ୍ତି ଯେ, କଂଗ୍ରେସ ମୋର ଚେହେରା, ମୋ ନାମ ଏବଂ ମୋର ୧୦ ଲକ୍ଷ ଫୋଲର୍ସଙ୍କ ବ୍ୟବହାର ପ୍ରଚାର ପାଇଁ କରିଛି । ମାତ୍ର ଯେବେ ଟିକେଟ୍‌ ଦେବା କଥା ଆସିଲା, ଦଳ ଅନ୍ୟଙ୍କୁ ଟିକେଟ୍‌ ଦେଇଛି । ଏହା ମୋ ପ୍ରତି ଅନ୍ୟାୟ ହୋଇଛି । କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ‘ଲଡକି ହୁଁ, ଲଡ ସକତି ହୁଁ’ ପୋଷ୍ଟରରେ ସବୁଠୁ ଆଗରେ ଥିବା ପ୍ରିୟଙ୍କା ଲକ୍ଷେ୍ନø ସରୋଜିନୀ ନଗର ଆସନରୁ ନିର୍ବାଚନ ଲଢିବାକୁ ପ୍ରସ୍ତୁତି କରିଥିଲେ । ମାତ୍ର ପ୍ରାର୍ଥୀ ତାଲିକାରେ ଉକ୍ତ ଆସନରେ ରୁଦ୍ର ଦମନ ସିଂହଙ୍କୁ ପ୍ରାର୍ଥୀ କରାଯାଇଛି ।