ଘାରିଲାଣି କରୋନା ଚିନ୍ତା; ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ଦେଶରେ କରୋନା ସ୍ଥିତିକୁ ନେଇ ଆଜି ପ୍ରଧାନମନ୍ତ୍ରୀ….

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା କରିବେ । ଅପରାହ୍ଣ ୪ଟାରେ ପ୍ରଧାନମନ୍ତ୍ରୀ ମେଦୀ ଏକ ଉଚ୍ଚସ୍ତରୀୟ ବୈଠକ କରିବା ନେଇ ସୂଚନା ମିଳିଛି । ବର୍ତ୍ତମାନ ଚୀନ ଓ ଆମେରିକା ସମେତ ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ହେଲେ ଭାରତରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ କେନ୍ଦ୍ର ସରକାର ଆଗୁଆ ପଦକ୍ଷେପ ନେଉଛନ୍ତି ।

ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଦେଶର କରୋନା ସ୍ଥିତିକୁ ନେଇ ସମୀକ୍ଷା କରିଥିଲେ । ବର୍ତ୍ତମାନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଦିଲ୍ଲୀରେ କରୋନା ଯୋଗୁଁ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ହେଲେ ଦେଶର କରୋନା ସଂକ୍ରମଣ ଗତକାଲି ତୁଳନାରେ ହ୍ରାସ ପାଇଛି । ବର୍ତ୍ତମାନ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୫,୩୦,୬୮୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୮୫ କରୋନା ନୂଆ ମାମଲା ଚିହ୍ନଟ ହୋଇଛନ୍ତି ।