ଜାନୁଆରୀ ୧୫ ପର୍ଯ୍ୟନ୍ତ ନ୍ୟୁୟର୍କରେ କୋଭିଡ କଟକଣା ଜାରି

ନ୍ୟୁୟର୍କ: ପୁଣିଥରେ ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଆମେରିକାର ନ୍ୟୁୟର୍କରେ ଜାରି ହୋଇଛି ଜରୁରୀକାଳୀନ ସ୍ଥିତି । ନ୍ୟୁୟର୍କ ଗଭର୍ଣ୍ଣର କହିଛନ୍ତି ଗତବର୍ଷ ତୁଳନାରେ ସଂକ୍ରମଣ ସ୍ଥିତି ଗମ୍ଭୀର ହୋଇଥିବା ବେଳେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢୁଛି । ଏନେଇ ଆସନ୍ତାବର୍ଷ ଜାନୁଆରୀ ୧୫ ପର୍ଯ୍ୟନ୍ତ ଏହି କୋଭିଡ କଟକଣା ଜାରି ରହିବ ବୋଲି ସେ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଟିକାକରଣ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଇଛି । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ନୂଆ ଭାଇରସ ସମ୍ଭାବ୍ୟ ପ୍ରବେଶ ଦୃଷ୍ଟିକୁ ନଜରରେ ରଖି ଏବେଠାରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ଏନେଇ ଆମେରିକା, ବ୍ରିଟେନ, କାନାଡା ଓ ଅନେକ ୟୁରୋପୀୟ ରାଷ୍ଟ୍ର ବିଭିନ୍ନ କଟକଣା ମଧ୍ୟ ଜାରି କରିଛନ୍ତି ।