ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ୍‌ ମୋଦୀଙ୍କ ପରଲୋକ

ଗାନ୍ଧୀନଗର: ପଞ୍ଚଭୂତରେ ବିଲୀନ ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ ହୀରାବେନ୍‌ । ଶୁକ୍ରବାର ହୀରାବେନ୍‌ଙ୍କ ପରଲୋକ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ମାଆଙ୍କର ପାର୍ଥିବ ଶରୀରକୁ କାନ୍ଧ ଦେଇଥିଲେ । ଏହାସହ ମାଆଙ୍କୁ ମୁଖାଗ୍ନି ଦେଇଛନ୍ତି ମୋଦୀ । ମଙ୍ଗଳବାରରେ ହୀରବେନ୍‌ଙ୍କ ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କଫ ସମସ୍ୟା ମଧ୍ୟ ଦେଖାଦେଇଥିଲା । ୧୦୦ ବର୍ଷ ବୟସରେ ହୀରାବେନ୍‌ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଶୁକ୍ରବାର ସକାଳ ୩.୩୦ ସମୟରେ ତାଙ୍କର ନିଧନ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଅହମଦାବାଦରେ ପହଞ୍ଚି ତାଙ୍କ ମାଆଙ୍କର ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।