ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି

ନୂଆଦିଲ୍ଲୀ: ଦିଲ୍ଲୀ ପାଇଁ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି ଆଣିଛନ୍ତି । ରାଜ୍ୟରେ ରାଜସ୍ୱ ବୃଦ୍ଧି ସହ ଚୋରା ମଦ ବ୍ୟବସାୟ ବନ୍ଦ କରିବାକୁ ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ ଥିବା ବାରଗୁଡିକୁ ରାତି ୩ଟା ଯାଏ ଖୋଲା ରଖିବାକୁ ଯୋଜନା କରାଯାଇଛି । ଗ୍ରାହକମାନେ ଦୋକାନକୁ ଆସି ମଦ କିଣିପାରିବେ । ଦିଲ୍ଲୀ ସରକାର ଏହି ନୂଆ ନୀତି ପ୍ରସ୍ତୁତ କରିଛନ୍ତି । ଦିଲ୍ଲୀକୁ ଅନ୍ୟ ରାଜ୍ୟଗୁଡିକ ତୁଳନାରେ ଅଧିକ ବିଦେଶୀ ଆସିଥାନ୍ତି । ବିଦେଶୀ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି ଦିଲ୍ଲୀ ସରକାର । ପ୍ରତି ୋକାନ ଗ୍ରାହକଙ୍କୁ ମଦ କିଣିବା ପାଇଁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବେ । ଦୋକାନ ବାହାରେ ଓ ଆଖପାଖ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ମାଲିକଙ୍କ ହାତରେ ନ୍ୟସ୍ତ କରାଯାଇଛି । ଦିଲ୍ଲୀରେ ମୋଟ ୨୭୨ଟି ମ୍ୟୁନିସିପାଲ ବୋର୍ଡ ଅଛି । ପ୍ରତି ବୋର୍ଡ ଅଧୀନରେ ୩ଟି ଲେଖାଏଁ ମଦ ୋକାନ ଖୋଲିବ । ଲାଇସେନ୍ସ ପ୍ରାପ୍ତ ରେଷ୍ଟୁରାଣ୍ଟ ଓ ବାର ଗୁଡିକୁ ଖୋଲା ବିୟର ସଂସ୍ଥାଗୁଡିକ ସପ୍ଲାଏ କରିପାରିବେ ।