ଭାରତୀୟ ଏଣିକି ଜର୍ମାନୀ ଯାଇପାରିବେ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁ ଲାଗି ଜାରି କରିଥିବା କଟକଣାକୁ ହଟାଇଛି ଜର୍ମାନୀ । ଏଣିକି ଜର୍ମାନୀ ଯାଇପାରିବେ ଭାରତର ଯାତ୍ରୀ । ଜର୍ମାନୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଭାରତ, ନେପାଳ, ଋଷିଆ, ପର୍ତ୍ତୁଗାଲ ଓ ବ୍ରିଟେନରେ ଡେଲଟା ଭାରିଆଣ୍ଟ ବ୍ୟାପିଥିବାରୁ ଏହି ଦେଶଗୁଡିକର ଯାତ୍ରୀଙ୍କ ଲାଗି କଟକଣା କରାଯାଇଥିଲା । ଏହି ନିୟମରେ ଏବେ ପରିବର୍ତ୍ତନ କରାଯାଇଛି । ଯେକୌଣସି ନାଗରିକ ଏଣିକି ଜର୍ମାନୀ ଯାଇପାରିବେ । ତେବେ ସଂକ୍ରମଣକୁ ରୋକିବା ଲାଗି ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ବାହାର ଦେଶର ଯାତ୍ରୀମାନଙ୍କ ଉପରେ ଥିବା କଟକଣାକୁ ହଟାଇ ଦିଆଯାଇଛି । ଡେଲଟା ଭାରିଆଣ୍ଟର ମୁକାବିଲା ଲାଗି ସରକାର ସମସ୍ତ ପଦକ୍ଷେପ ନେବେ ।