ବିମାନ ଦୁର୍ଘଟଣାରେ ୨୮ ଯାତ୍ରୀ ମୃତ

ମସ୍କ : ରୁଷର ଏକ ଯାତ୍ରୀବାହୀ ବିମାନ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହେବାରୁ ମୋଟ ୨୮ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ୨୨ ଯାତ୍ରୀ ଓ ୬ ବିମାନ କର୍ମଚାରୀ ଅନ୍ତର୍ଭୁକ୍ତ । ଆଣ୍‌ଟୋନୋଭ ଏଏନ୍‌-୨୬ ବିମାନଟି ୨୮ ଜଣ ଯାତ୍ରୀଙ୍କୁ ନେଇ ପେଟ୍ରୋପାଭ୍‌ ଲୋଭକ୍ସରୁ ପାଲାନା ପର୍ଯ୍ୟନ୍ତ ଯାତ୍ରା କରୁଥିଲା । ଅବତରଣ କରିବା ସମୟରେ ଏଟିସି ସହ ଏହାର ଯୋଗାଯୋଗ ବିଚ୍‌ଛିନ୍ନ ହୋଇପଡିଥିଲା । ପାଣିପାଗ ପ୍ର୍ରତିକୂଳ ଥିବାରୁ ବିମାନଟି ନିକଟସ୍ଥ ପାହାଡରେ ଧକ୍କା ଖାଇ ଦୁର୍ଘଟଣାସ୍ତ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଦୁର୍ଘଟଣାଗସ୍ତ ବିମାନକୁ ଠାବ କରାଯାଇଥିବାବେଳେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିସାରିଛନ୍ତି । ୧୯୮୨ରୁ ଉକ୍ତ ବିମାନଟି ଯାତ୍ରୀ ପରିବହନରେ ନିୟୋଜିତ ହୋଇଆସୁଛି ।