ଗୁଜୁରାଟକୁ ୬ ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଗୁଜୁରାଟ ବିପକ୍ଷରେ ରିଷଭ ୪ ଜଣ ଖେଳାଳିଙ୍କୁ ପାଭିଲିୟନ ରାସ୍ତା ଦେଖାଇଛନ୍ତି । ତେବେ ଏହି ମ୍ୟାଚରେ ଜୁଗୁରାଟର ଅଲରାଉଣ୍ଡର ଡାଭିଡ ମିଲରଙ୍କ କ୍ୟାଚ ଦଳ ପାଇଁ ମ୍ୟାଚରେ ଟ୍ୱିଷ୍ଟ ଆଣିଥିଲା । ଦମଦାର ୱିକେଟ କିପିଙ୍ଗ ପାଇଁ ଏହି ମ୍ୟାଚର ସର୍ବଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ ହୋଇଛନ୍ତି ରିଷଭ ।

ଦିଲ୍ଲୀ କ୍ୟାପିଟାଲ୍ସ ଦଳ ତରଫରୁ ରିଷଭ ସପ୍ତମ ଥର ପାଇଁ ଏହି ପୁରସ୍କାର ପାଇଛନ୍ତି । ଗତବର୍ଷ କରିଥିବା ୧୨୫ରନ୍‌ର ଛୋଟିଆ ସ୍କୋର୍‌ଠୁ ଆହୁରି ଢେର ତଳକୁ ଖସି ବୁଧବାର ମାତ୍ର ୮୯ ରନ୍‌ରେ ଅଲଆଉଟ୍ ହୋଇଯାଇଛି । ସବୁଠୁ ଦୁଃଖର କଥା ହେଲା ଘରୋଇ ପରିବେଶରେ ହିଁ ଦୁଇ ଥର ଯାକ ଗୁଜରାଟ ଏଭଳି ଶୋଚନୀୟ ବ୍ୟାଟିଂ କରି ସମାଲୋଚିତ ହୋଇଛି  ।