ଏପ୍ରିଲ ପହିଲାରୁ ୩ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ବିକଶିତ ଭାରତ ଯୁବ ସଂସଦ ୨୦୨୫

ନୂଆଦିଲ୍ଲୀ: କେନ୍ଦ୍ରୀୟ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ, ଯୁବବ୍ୟାପାର ଓ କ୍ରୀଡା ଏବଂ ଶ୍ରମ ତଥା ନିଯୁକ୍ତି ବିଭାଗ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟଙ୍କ ନେତୃତ୍ୱରେ, ୨୦୨୫ ମସିହା ଏପ୍ରିଲ ପହିଲାରୁ ୩ ତାରିଖ ପର୍ଯ୍ୟନ୍ତ ବିକଶିତ ଭାରତ ଯୁବ ସଂସଦର ଆୟୋଜନ କରୁଛନ୍ତି । ଏହି କାର୍ଯ୍ୟକ୍ରମ ପାରମ୍ପରିକ ଯୁବ ସଂସଦର ନୂତନ କରିକଳ୍ପନା, ଯାହା ଯୁବଗୋଷ୍ଠୀଙ୍କୁ ରାଜନୀତି ଏବଂ ସାର୍ବଜନୀନ ନୀତି ସହିତ ଯୋଡ଼ିବା ତଥା ଶାସନ ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଶକ୍ତିଶାଳୀ ମଂଚ ଭାବରେ କାମ କରିବ ।

କୋଭିଡ୍-୧୯ ପରେ ପ୍ରଥମ ଥର, ସମସ୍ତ ଜିଲ୍ଲା ନୋଡାଲ ରାଉଣ୍ଡ (୩୦୦) ବ୍ୟକ୍ତିଗତ ଭାବେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଅଧିକ ଅଂଶଗ୍ରହଣ ଏବଂ ପ୍ରତ୍ୟକ୍ଷ ଯୋଗଦାନ ସୁନିଶ୍ଚିତ ହୋଇଥିଲା । ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ୭୫,୦୦୦ ରୁ ଅଧିକ ଯୁବକମାନେ ମାଇଁ ଭାରତ ପୋର୍ଟାଲ ମାଧ୍ୟମରେ ନିଜର ଭିଡିଓ ଏଣ୍ଟ୍ରି ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଦେଶର ଭବିଷ୍ୟତ ଗଢିବାରେ ସେମାନଙ୍କ ଉତ୍ସାହ ଏବଂ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି । ସମସ୍ତ ଚୟନ ପ୍ରକ୍ରିୟା ଡିଜିଟାଲ ମାଧ୍ୟମରେ ଆୟୋଜିତ ହୋଇଥିଲା, ଯେଉଁଥିରେ ପ୍ରଶାସନିକ ସଂବନ୍ଧୀୟ ପଦକ୍ଷେପରେ ପ୍ରଯୁକ୍ତିବିଦ୍ୟାର ବଢୁଥିବା ସମନ୍ୱୟକୁ ପ୍ରତିଫଳିତ କରିଥିଲା ।

ବିକଶିତ ଭାରତ ଯୁବା ସଂସଦକୁ ତିନି ପ୍ରମୁଖ ପର୍ଯ୍ୟାୟରେ ବିଭକ୍ତ କରାଯାଇଛି :

ଜିଲ୍ଲା ନୋଡାଲ ରାଉଣ୍ଡ :

  • ୩୦୦ ଜିଲ୍ଲା ପରିସରରେ ଅନୁଷ୍ଠିତ ଏକ ଦେଶ, ଏକ ନିର୍ବାଚନ ଉପରେ ବିସ୍ତୃତ ଆଲୋଚନା ବ୍ୟାପକ ସମ୍ବାଦ ମାଧ୍ୟମରେ ପ୍ରତ୍ୟେକ ସହର ଓ ଗାଁରେ ପହଂଚିଥିଲା ।
  • ଯୋଗ୍ୟତା ଅର୍ଜନ କରିବା ପାଇଁ, ପରୀକ୍ଷାର୍ଥୀମାନଙ୍କୁ ୧ ମିନିଟ୍‌ର ଏକ ଭିଡିଓ ଅପଲୋଡ୍ କରିବାର ଥିଲା, ଯେଉଁଥିରେ ଏହି ପ୍ରଶ୍ନର ଉତ୍ତର ଦିଆଯାଇଥିଲା : ‘’ଆପଣଙ୍କ ପାଇଁ ବିକଶିତ ଭାରତର ଅର୍ଥ କ’ଣ?’’

ରାଜ୍ୟ ରାଉଣ୍ଡ :

  • ୧୭ ରୁ ଅଧିକ ରାଜ୍ୟ ବିଧାନସଭା ଓ ଅନ୍ୟାନ୍ୟ ସରକାରୀ ଅନୁଷ୍ଠାନରେ ଅନୁଷ୍ଠିତ ଏହି ରାଉଣ୍ଡ ଯୁବ ଓ ଶାସନ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ପ୍ରମାଣିତ ହୋଇଛି ।
  • ଅଧିବେଶନର ଅଧ୍ୟକ୍ଷତା ରାଜ୍ୟ ବିଧାନସଭା ଅଧ୍ୟକ୍ଷ ଏବଂ ରାଜ୍ୟପାଳମାନଙ୍କ ଦ୍ୱାରା କରାଯାଇଥିଲା, ଯେଉଁଥିରେ ଯୁବ ଆଲୋଚନାକୁ ବିଶ୍ୱସନୀୟତା ଏବଂ ଗୁରୁତ୍ୱ ମିଳିଥିଲା ।

ଜାତୀୟ ରାଉଣ୍ଡ ( – ୩ ଏପ୍ରିଲ ୨୦୨୫) :

  • ପ୍ରତ୍ୟେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଶ୍ରେଷ୍ଠ ୩ ଜଣ ପ୍ରାର୍ଥୀ (ସମୁଦାୟ ୧୦୮ ଜଣ ଯୁବକ) ଜାତୀୟ ସ୍ତରରେ ଏଥିରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି ।
  • ଅଂଶଗ୍ରହଣକାରୀମାନେ ଉଚ୍ଚସ୍ତରୀୟ ଆଲୋଚନା ଏବଂ କାର୍ଯ୍ୟକଳାପରେ ଭାଗ ନେବେ, ଯେଉଁଥିରେ ଅନ୍ତର୍ଭୁକ୍ତ ଅଛି :

କ. ପ୍ରଶ୍ନକାଳ: ଏକ ଦେଶଏକ ନିର୍ବାଚନ ଏବଂ ବିକଶିତ ଭାରତ ଉପରେ କେନ୍ଦ୍ରୀତ, ପ୍ରସ୍ତାବ ସହିତ ସମ୍ପନ୍ନ ।

ଖ. ମାଷ୍ଟରକ୍ଲାସ: ବରିଷ୍ଠ ସାଂସଦଙ୍କ ଦ୍ୱାରା ପରିଚାଳିତ, ଯୁବକମାନଙ୍କୁ ଆବଶ୍ୟକ ବକ୍ତୃତା ଦକ୍ଷତା ଏବଂ ନେତୃତ୍ୱ କୌଶଳରେ ସମର୍ଥ କରିବା ।

ଗ. ସଂସଦୀୟ ଅଭିଜ୍ଞତା : ଶାସନ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ରୂପରେ ବୁଝିବା ପାଇଁ ଲୋକସଭା ଓ ରାଜ୍ୟସଭା ଅଧିବେଶନରେ ଯୋଗ ଦେବା ।

ଘ. ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ରାଉଣ୍ଡ : ଭାରତର ରାଜନୈତିକ ଅଭିଯାନ ଏବଂ ନେତୃତ୍ୱ ବିଷୟରେ ସୂଚନା ପ୍ରଦାନ କରିବା ।

ଙ. ପୁରସ୍କାର ସମାରୋହ : ଏପ୍ରିଲ ୩ ରେ, ବିକଶିତ ଭାରତ ଯୁବ ସଂସଦ ପୁରସ୍କାର ଏବଂ ଜାତୀୟ ଯୁବ ପୁରସ୍କାର ପ୍ରଦାନ କରାଯିବ ।

ବିକଶିତ ଭାରତ ଯୁବ ସଂସଦ କେବଳ ଏକ କାର୍ଯ୍ୟକ୍ରମ ନୁହେଁ – ଏହା ଏକ ପରିବର୍ତ୍ତନକାରୀ ଆନ୍ଦୋଳନ। ଏହି ପଦକ୍ଷେପ ମାଧ୍ୟମରେ ସୃଷ୍ଟି ହୋଇଥିବା ବିଚାର ଏବଂ ଆଲୋଚନା ସେଣ୍ଟ୍ରାଲ ହଲ୍ ଠାରୁ ବହୁ ଦୂରପର୍ଯ୍ୟନ୍ତ ବିସ୍ତାରିତ ହେବ । ଏହି ଆଲୋଚନା ସମଗ୍ର ଦେଶରେ ଯୁବ ନେତୃତ୍ୱାଧୀନ ନୀତିଗତ ଅଂଶଗ୍ରହଣ ଏବଂ ଜାତୀୟ ପ୍ରଗତିର ଏକ ନୂତନ ମାର୍ଗ ପ୍ରଶସ୍ତ କରିବ ।