ନାମାଙ୍କନ ଦାଖଲ କଲେ ଦ୍ରୌପଦୀ ମୁର୍ମୁ

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି …

ଭୁବନେଶ୍ୱର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ଦ୍ରୌପଦୀ ମୁର୍ମୁ। ମୁର୍ମୁ ପ୍ରଥମେ ସଂସଦରେ ପହଁଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁର୍ମୁଙ୍କ ନାମାଙ୍କନପତ୍ର ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଉପସ୍ଥିତ ରହିଥିଲେ। ଏଥି ସହତ ବିଜେପି ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଦି ନାମାଙ୍କନପତ୍ର ଦାଖଲ ସମୟରେ ଉପସ୍ଥିତ ରହିଥିଲେ। ନାମାଙ୍କନ ଦାଖଲ ସମୟରେ ଓଡ଼ିଶାର କିଛି ବିଧାୟକ ଏବଂ ସାଂସଦ ମଧ୍ୟ ଉପସ୍ଥିତ ରହିଥିଲେ।

ମୁର୍ମୁ ୪ ସେଟ ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମ ସେଟରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରସ୍ତାବକ ଏବଂ ରାଜନାଥ ସିଂ ଅନୁମୋଦକ ରହିଛନ୍ତି। ଏହି ସେଟରେ, ବିଜେପି ସଂସଦୀୟ ବୋର୍ଡର ସଦସ୍ୟ, କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀ ରହିଛନ୍ତି। ଏହି ସେଟରେ ୬୦ ଟି ପ୍ରସ୍ତାବକ ଏବଂ ୬୦ ସେକେଣ୍ଡର ଅର୍ଥାତ୍ ପ୍ରତ୍ୟେକ ସେଟରେ ୧୨୦ ନାମ ଅଛି।