ଆଗାମୀ ୭ ଦିନ ନେପାଳ, ଭାରତକୁ ଭୂକଂପ ଡର

ଭୂକମ୍ପରୁ ନେପାଳ, ଉତର-ପୂର୍ବ ଭାରତ

କଂପିଛି ହିମାଳୟ ପାଦଦେଶ । ଦୁଲୁକିଛି ନେପାଳ ଓ ଭାରତର ଉତର-ପୂର୍ବାଂଚଳ । ସୋମବାର ସନ୍ଧ୍ୟା ସମୟରେ ନେପାଳରେ ରିକ୍ଟର ସ୍କେଲ ମୁତାବକ ୫.୬ ତୀବ୍ରତା ସଂପନ୍ନ ଭୂକଂପ ଅନୁଭୂତ ହୋଇଛି । ତା’ ସହିତ ଭାରତର ରାଜଧାନୀ ନୂଆଦିଲ୍ଲୀ ସମେତ ଆହୁରି କିଛି ଅଂଚଳ ମଧ୍ୟ କେଇ ସେକେଣ୍ଡ ପାଇଁ ଥରିଛି ।

ଗତ ଚାରିଦିନ ଭିତରେ ନେପାଳରେ ଚାରିଥର ଭୂକଂପ ଅନୁଭୂତ ହୋଇଛି । ଏଠାରେ ଜଣାଇ ଦିଆଯାଉଛି, ନଭେମ୍ବର ୩ ତାରିଖ ଶୁକ୍ରବାର ରାତି ପ୍ରାୟ ସାଢେ଼ ୧୧ଟାରେ ୬.୪ ତୀବ୍ରତା ସଂପନ୍ନ ଭୂକମ୍ପ ହୋଇଥିଲା ।
ସେହିଦିନ ଦିଲ୍ଲୀ-ଏନସିଆର, ବିହାର, ୟୁପି ଓ ମଧ୍ୟପ୍ରଦେଶର କେତେକ ଅଂଚଳ ଥରି ଉଠିଥିଲା । ନେପାଳର ଜାଜରକୋଟ ଜିଲ୍ଲା ଅନ୍ତର୍ଗତ ଲାମିଦାଣ୍ଡା ଅଂଚଳଟି ଭୂକଂପର କେନ୍ଦ୍ର ଥିଲା । ଆଗାମୀ ୭ ଦିନ ପାଇଁ ବିପଦ ଟଳିନି ।

ସୂଚନାଯୋଗ୍ୟ, ବିଶ୍ୱତାପନ ପ୍ରଭାବରେ ହିମାଳୟ ପାର୍ବତ୍ୟାଂଚଳରେ ନାନା ପରିବର୍ତନ ଘଟୁଛି ଯାହାର କୁପ୍ରଭାବ ହିମାଳୟର ପାଦଦେଶରେ ଅବସ୍ଥିତ ଦେଶଗୁଡ଼ିକୁ ଭୋଗିବାକୁ ପଡୁଛି ।