ପାକିସ୍ତାନରେ ଭୂକମ୍ପର ଝଟକା ଅନୁଭବ

ପାକିସ୍ତାନରେ ଶୁକ୍ରବାର ଭୂକମ୍ପର ଝଟକା ଅନୁଭବ../..

ଇସଲାମାବାଦ : ପାକିସ୍ତାନରେ ଶୁକ୍ରବାର ଭୂକମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୧ ରେକର୍ଡ କରାଯାଇଛି। ଭୂକମ୍ପର ଝଟକା ମାତ୍ରେ ଘରର ଆସବାବପତ୍ର ଏଣେ ତେଣେ ପଡିଯାଇଥିଲା। ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ସକାଳ ପ୍ରାୟ ୬ଟା ୧୮ମିନିଟ୍‍ ରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ଏହାର ପ୍ରଭାବ ପାକିସ୍ତାନ ବ୍ୟତୀତ ଆଫଗାନିସ୍ତାନ ଓ ଇରାନରେ ମଧ୍ୟ ଦେଖାଯାଇଥିଲା।