ପୁଲୱାମାରେ ଏନକାଉଣ୍ଟର: ଦୁଇ ଆତଙ୍କୀ ସଫା

ସୁରକ୍ଷାକର୍ମୀଙ୍କୁ ଗୁଣ୍ଡିପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚିଥିବା ସୂଚନା ମିଳିଥିଲା…

ଶ୍ରୀନଗର: ପୁଲୱାମା ଜିଲ୍ଲାର ଗୁଣ୍ଡିପୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷରେ ସୁରକ୍ଷାକର୍ମୀ ଆଉଜଣେ ଆତଙ୍କବାଦୀକୁ ମାରିଛନ୍ତି । ଏହାସହିତ ମୃତ ଆତଙ୍କବାଦୀଙ୍କ ସଂଖ୍ୟା ଦୁଇ ହୋଇଛି । ସୁରକ୍ଷା କର୍ମୀଙ୍କୁ ସଂଘର୍ଷସ୍ଥଳରୁ ଦୁଇ ରାଇଫଲ ମଧ୍ୟ ମିଳିଛି । ସୁରକ୍ଷାକର୍ମୀଙ୍କୁ ଗୁଣ୍ଡିପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚିଥିବା ସୂଚନା ମିଳିଥିଲା । ଏହାପରେ ଜାମ୍ମୁ-କାଶ୍ମୀର ପୋଲିସ, ସେନା ଏବଂ ସିଆରପିଏଫର ଏକ ମିଳିତ ଟିମ ଏହି ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରିକରି ତଲାସୀ ଅଭିଯାନ ଚଳାଇଥିଲେ । ତଲାସୀ ଅଭିଯାନ ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ନିଜ ଆଡ଼କୁ ଆସୁଥିବା ଦେଖି ସେମାନଙ୍କ ଉପରେ ଗୁଳିଗୁଳା ଚଳାଇବା ଆରମ୍ଭ କରିଦେଇଥିଲେ ।

ସୁରକ୍ଷାକର୍ମୀମାନେ ସବୁଠାରୁ ପ୍ରଥମେ ଆତଙ୍କବାଦୀଙ୍କୁ ସମର୍ପଣ କରିବାକୁ କହିଥିଲେ କିନ୍ତୁ ସେମାନେ ଏହାକୁ ଶୁଣିନଥିଲେ । ସୁରକ୍ଷାକର୍ମୀଙ୍କ ଉପରେ ଗୋଳିବାରି ଜାରି ରଖିଥିଲେ । ଏହାପରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା । ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ଥିଲା । ସୋମବାରକୁ ସୁରକ୍ଷାକର୍ମୀ ଏହି ସଂଘର୍ଷରେ ଦୁଇ ଆତଙ୍କବାଦୀଙ୍କୁ ମାରିଥିଲେ ।