ନୂଆଦିଲ୍ଲୀ: ନୀତି ଆୟୋଗର ଦଶମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ । ବୈଠକରେ ଯୋଗଦାନ ପୂର୍ବରୁ ସେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ହସହସ ମୁହଁରେ କଥା ହୋଇଥିଲେ । ଆଲୋଚନା ଛଳରେ ପିଏମ୍ ମୋଦିଜୀ କହିଥିଲେ ଯେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଯଦି ମିଳିମିଶି ଟିମ୍ ଇଣ୍ଡିଆ ଭଳି କାମ କରିବେ ତେବେ ଅସମ୍ଭବ ବୋଲି କିଛି ରହିବନି ।
ବୈଠକ ପୂର୍ବରୁ ମୋଦିଜୀ ବେଶ ମଉଜ ମଜଲିସ କରୁଥିଲେ କିନ୍ତୁ ବୈଠକରେ ପୁରା ଗମ୍ଭୀର ହେଇଗଲେ । ବୈଠକ ପୂର୍ବରୁ ମୋଦିଜୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହିତ କୌଣସି ପ୍ରସଙ୍ଗରେ ଆଲୋଚନା କରି ହଠାତ୍ ପ୍ରାଣଖୋଲା ହସ ହସିଥିଲେ ।