ବଢିଲା ରନ୍ଧନ ଗ୍ୟାସ ଉପରେ ସବସିଡି ସମୟ

ନୂଆଦିଲ୍ଲୀ: ଉଜ୍ଜ୍ୱଲା ଯୋଜନାର ଗ୍ରାହକଙ୍କ ପାଇଁ ସରକାର ଦେଲେ ଖୁସି ଖବର । ୯.୫୯ କୋଟି ଗ୍ରାହକଙ୍କୁ ରନ୍ଧନ ଗ୍ୟାସ ଉପରେ ମିଳିବ ସବସିଡି । ଏହି ସବସିଡି ଆହୁରି ୧ ବର୍ଷ ପାଇଁ ମିଳିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।କେନ୍ଦ୍ର ସରକାର ୯.୫୯ କୋଟି ଲାଭାର୍ଥୀଙ୍କ ପାଇଁ ସବିସିଡି ଅବଧି ଆହୁରି ବର୍ଷେ ଯାଏଁ ବଢାଇଛନ୍ତି । ଏବେ ଏହି ଗ୍ରାହକଙ୍କୁ ପ୍ରତି ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ମିଳିବ । ଏହି ରିହାତି ବର୍ଷକ ଯାଏଁ ୧ଟି ସିଲିଣ୍ଡର ଉପରେ ମିିଳିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର । ସରକାର ୨୦୨୨ରେ ଉଜ୍ଜ୍ୱଳା ଯୋଜନା ଉପଭୋକ୍ତାଙ୍କୁ ପ୍ରତି ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ଦେବାକୁ ଘୋଷଣା କରିଥିଲେ, ଯାହାକୁ ଆହୁରି ବର୍ଷେ ଯାଏଁ ବଢାଯାଇଛି ।