ବିଗ୍‌ ବିଙ୍କୁ ଫ୍ୟାନ୍ସଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : ଅମିତାଭ ବଚ୍ଚନ ଫେସବୁକରେ ଏକ ଭୁଲ ଇଂରାଜୀ ଲେଖି ପୋଷ୍ଟ କରିଛନ୍ତି । ଏହି ଭୁଲ ଉପରେ ଜଣେ ପ୍ରଶଂସକ ଅମିତାଭଙ୍କୁ କମେଣ୍ଟ ଦେଇ ସେହି ଭୁଲକୁ ସଂଶୋଧନ କରିବାକୁ କହିଛନ୍ତି । ଅମିତାଭ ଏହି ଭୁଲକୁ ଗ୍ରହଣ କରି ତୁରନ୍ତ ଏହାକୁ ସଂଶୋଧନ କରିବା ସହ ସେହି ପ୍ରଶଂସକଙ୍କୁ ଧନ୍ୟବାଦ ବି ଜଣାଇଛନ୍ତି । ବିଗ ବି ଫେସବୁକରେ ପ୍ରସିଦ୍ଧ ଲେଖକ ଯୋଡ଼ି ସଲିମ-ଜାଭେଦଙ୍କ ପାଇଁ ଇଂରାଜୀରେ ଡୁଓ ବଦଳରେ ଡୁଆ ଲେଖିବାରେ ଭୁଲ କରିଛନ୍ତି । ରାଜେଶ ଅମିତାଭକୁ ସଠିକ୍‌ ଶବ୍ଦ ଡୁଓ ପରାମର୍ଶ ଦେଇଛନ୍ତି, ଯାହାକୁ ଅମିତାଭ ପରେ ଠିକ କରିଛନ୍ତି ।