ମୁମ୍ବାଇର ଏକ ସପିଂ ମଲରେ ଭାୟାବହ ଅଗ୍ନିକାଣ୍ଡ

ମୁମ୍ବାଇ : ମୁମ୍ବାଇର ଏକ ସପିଂ ମଲରେ ଗତକାଲି ନିଆଁ ଲାଗିଥିବା ବେଳେ ଏବେ ଯାଏ ଆୟତ୍ତ ହୋଇପାରି ନାହିଁ । ଗୁରୁବାର ରାତିରେ ମାତ୍ର ଗୋଟିଏ ମହଲାରେ ନିଆଁ ଲାଗିଥିବାବେଳେ ଶୁକ୍ରବାର ସକାଳ ସୁଦ୍ଧା ତାହା ଆଉ ଦୁଇଟି ମହାଲାକୁ ବ୍ୟାପିଯାଇଯାଇଛି ।

ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ ମୁମ୍ବାଇର ନାଗପଡ଼ା ଅଞ୍ଚଳରେ ଥିବା ସିଟି ସେଣ୍ଟର ମଲରେ ଏହି ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରିବାକୁ ଦମକଳ ବାହିନୀର ୨୪ ଜଣ ଫାୟାର ଇଂଜିନିୟର, ୧୬ଟି ଜୁମ୍ବୋ ଟ୍ୟାଙ୍କର ଓ ପ୍ରାୟ ୨୫୦ ଦମକଳ କର୍ମଚାରୀ ନିୟୋଜିତ ଅଛନ୍ତି । ତେବେ ନିଆଁ ଲଭାଇବା ବେଳେ ୨ ଜଣ ଦମକଳ କର୍ମଚାରୀ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି ।

ଅନ୍ୟପକ୍ଷରେ ନିଆଁ ବେଳକୁ ବେଳ ବ୍ୟାପିଚାଲିଥିବାରୁ ସପିଂ ମଲ ପାଖରେ ଥିବା ଅର୍କିଡ୍‌ ଏନକ୍ଲେଭ ନାମକ ଆବାସିକ ଆପାର୍ଟମେଣ୍ଟକୁ ଖାଲି କରାଯାଇଛି । ପୁଲିସ ଦ୍ୱାରା ଏହି ଆପାର୍ଟମେଣ୍ଟରେ ରହୁଥିବା ପ୍ରାୟ ୩୫୦୦ ଲୋକଙ୍କୁ ଖାଲି କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।