ପାରାଦୀପ ପୋର୍ଟରୁ ୩ ବାଂଲାଦେଶୀ ନାବିକ ଉଦ୍ଧାର

ପାରାଦୀପ : ମାଲବାହୀ ଜାହାଜରୁ ଖସିପଡ଼ି ୩ ନାବିକ ଆହତ । ପାରାଦୀପ ପୋର୍ଟ ଆଙ୍କରେଜ ଅଞ୍ଚଳରେ ଓସନ୍ ସେଞ୍ଚୁରୀ ନାମକ ଏକ ଜାହାଜରୁ ୩ ଜଣ ବାଂଲାଦେଶୀ ନାବିକ ଖସି ପଡ଼ିଥିଲେ। ଅଶାନ୍ତ ସମୁଦ୍ରର ପ୍ରଖର ସ୍ରୋତରେ ଭାସିଯିବା ବେଳେ ସେମାନଙ୍କୁ ଉଦ୍ଧାର କରିଛନ୍ତି ପାରାଦୀପ ପୋର୍ଟର ମେରାଇନ କର୍ମଚାରୀ।

ସୂଚନା ଅନୁସାରେ ଜାହାଜର ମେଣ୍ଟେନାନ୍ସ କାମ କରିବା ବେଳେ ଉକ୍ତ ନାବିକମାନେ ଏକ ରେସ୍‌କ୍ୟୁ ବୋଟ ଦେଇ ସମୁଦ୍ର ମଧ୍ୟକୁ ଖସି ପଡ଼ିଥିଲେ। ଖବର ପାଇବା ପରେ ପାରାଦୀପ ପୋର୍ଟ ହାର୍ବର ମାଷ୍ଟରଙ୍କ ନେତୃତ୍ୱରେ ଗୋଟିଏ ପାଟ୍ରୋଲିଂ କ୍ରାଫ୍ଟ ଏବଂ ଗୋଟିଏ ଟଗ୍ ବୋଟ୍ ନେଇ ମେରାଇନ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରିଥିଲା । ପାରାଦୀପ ପୋର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସମସ୍ତେ ସୁସ୍ଥ ଥିବା ସୂଚନା ରହିଛି ।