ଅଗ୍ନିପଥ ଯୋଜନାରେ ଅବସର ବୟସ ୬୫କୁ ବୃଦ୍ଧି କରାଯାଉ: ମମତା

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ସ୍କିମକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଦାବି ଉପସ୍ଥାପନ…

କୋଲକାତା : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ସ୍କିମକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଦାବି ଉପସ୍ଥାପନ କରିଛନ୍ତି । ଅଗ୍ନିପଥ ଯୋଜନାରେ ଥିବା ଚାକିରି କାଳ ୪ ବର୍ଷରୁ ୬୫ ବର୍ଷକୁ ବୃଦ୍ଧି ପାଇଁ ମମତା ଦାବି କରିଛନ୍ତି । ମମତା କହିଛନ୍ତି ଯେ ୪ ବର୍ଷ ପରେ ଅଗ୍ନିବୀରଙ୍କ ଭବିଷ୍ୟତ ନିଶ୍ଚିତ ଭାବରେ ଅନିଶ୍ଚିତ ହେବ । ତେଣୁ ସେମାନଙ୍କ ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ । ମମତା କହିଥିଲେ ଯେ, ୨୦୪ରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅଗ୍ନିପଥ ଯୋଜନାର ଶୁଭାରମ୍ଭ କରିଛନ୍ତି । ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ମୋର ନୀତି । କିନ୍ତୁ ବିଜେପି ସରକାର ଯେଉଁଭଳି ଭାବରେ ଯୁବକମାନଙ୍କୁ ଅସୁରକ୍ଷିତ ଅବସ୍ଥାରେ ଛାଡ଼ିବାକୁ ଚାହୁଁଛନ୍ତି ତାହା ଠିକ ନୁହେଁ ।

ସେମାନେ ଅଗ୍ନିପଥ ଯୋଜନାରେ ୪ ମାସ ତାଲିମ ଦେବେ ଓ ପରେ ୪ ବର୍ଷ ପାଇଁ ଚାକିରି କରିବେ । ଏହି ୪ ବର୍ଷ ପରେ ଏହି ସୈନ୍ୟମାନେ କଣ କରିବେ ବୋଲି ମମତା ପ୍ରଶ୍ନ କରିଛନ୍ତି । ତେଣୁ ଉକ୍ତ ଯୋଜନାରେ ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ ବୋଲି ମମତା ଦାବି କରିବା ସହ ପରୋକ୍ଷରେ ଅଗ୍ନିପଥ ଯୋଜନାକୁ ସମର୍ଥନ କରିଥିବାର ଜଣାଯାଏ ।