ଏଚ୩ଏନ୨ ଇନଫ୍ଲୁଏଞ୍ଜାରେ ଗୁଜୁରାଟରେ ପ୍ରଥମ ମୃତ୍ୟୁ

ଗୁଜୁରାଟ: ଏଚ୍‌୩ଏନ୍‌୨ ଭାଇରସ୍‌ରେ ଗୁଜୁରାଟର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଚ୍‌୩ଏନ୍‌୨ ଭାଇରସ୍‌ରେ ଏହା ହେଉଛି ରାଜ୍ୟର ପ୍ରଥମ ମୃତ୍ୟୁ ମାମଲା। ମହିଳା ଜଣକ ଏସ୍‌ଏସ୍‌ଜି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ଏହି ମାମଲାକୁ ମିଶାଇ ଦେଶରେ ସମୁଦାୟ ୭ଟି ମୃତ୍ୟୁ ହୋଇ ସାରିଲାଣି। ପ୍ରଥମ ମୃତ୍ୟୁ ମାମଲା ଚିହ୍ନଟ ହୋଇଥିଲା କର୍ଣ୍ଣାଟକର ହସନ ଜିଲ୍ଳାରେ।  ୮୨ ବର୍ଷୀୟ ବୃଦ୍ଧ ଜଣଙ୍କର ମୃତ୍ୟୁ ହେବା ପରେ ଦେଶର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା।

ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆ ଯାଇଥିବା ତଥ୍ୟ ଅନୁଯାୟୀ, ଜାନୁଆରି ୨ରୁ ମାର୍ଚ ୫ ତାରିଖ ମଧ୍ୟରେ ଦେଶରେ ୫,୪୫୧ଟି ଏଚ୍‌୩ଏନ୍‌୨ ମାମଲା ଚିହ୍ନଟ ହୋଇଛି। ମାର୍ଚ ଶେଷ ବେଳକୁ ସଂକ୍ରମଣ ହାସ୍ର ପାଇପାରେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।