ମହିଳାଙ୍କ ଲାଗି ମାଗଣା ବସ ସେବା

ୟୁପି: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବରିଷ୍ଠ ମହିଳାଙ୍କ ପାଇଁ ଏକ ବଡ ଉପହାର ଭେଟି ଦେଇଛନ୍ତି । ଉତ୍ତରପ୍ରଦେଶରେ ଖୁବଶୀଘ୍ର ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ମହଳା ଲାଗି ରୋଡୱେଜର ବସରେ ମାଗଣାରେ ଯାତ୍ରା କରିପାରିବେ । ସଂକଳ୍ପ ପତ୍ର ଅନୁସାରେ ବରିଷ୍ଠ ମହିଳାମାନଙ୍କୁ ରୋଡ୍‌ୱେଜର ବସରେ ମାଗଣାରେ ଯାତ୍ରା ସୁବିଧା ଯୋଗାଇ ଦିଆଯିବ ।

ସୂଚନାଯୋଗ୍ୟ ଯେ, ବିଜେପି ନିର୍ବାଚନୀ ଇସ୍ତାହାରରେ ବରିଷ୍ଠ ନାଗରିକ ମହିଳାଙ୍କ ଲାଗି ରୋଡୱେଜରେ ମାଗଣାରେ ବସ ଯାତ୍ରା କରାଇବାକୁ ପ୍ରତିଶ୍ରୁତି ଦେଇଥିଲା । ଏବେ ଏହି ପ୍ରତିଶ୍ରୁତି ପୂରଣ ହେବାକୁ ଯାଉଛି ।