ଆଜିଠାରୁ ରାଜ୍ୟ ବିଜେପିର ୨ ଦିନିଆ ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜିଠାରୁ ରାଜ୍ୟ ବିଜେପିର ୨ ଦିନିଆ ଗୁରୁତ୍ୱପୂର୍ଣ୍ଣ ବୈଠକ…

ଡେସ୍କ: ଆଜିଠାରୁ ରାଜ୍ୟ ବିଜେପିର ୨ ଦିନିଆ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ କୋର କମିଟି ସମେତ ଜିଲ୍ଲା ସଭାପତି ଓ ପ୍ରଭାରୀ, ପଦାଧିକାରୀମାନଙ୍କର ବୈଠକ ହେବ। ଏ ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବୈଠକରେ ବ୍ରଜରାଜନଗର ଉପନିର୍ବାଚନ ଉପରେ ଆଲୋଚନା ହେବ। ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ, ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ମଧ୍ୟ ଯୋଗଦେବେ। ସେ କହିଛନ୍ତି, ୨୦୨୪ ପର୍ଯ୍ୟନ୍ତ ରୋଡ଼ମ୍ୟାପ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିର୍ବାଚନ ମଣ୍ଡଳୀ ସ୍ତରର ସମୀକ୍ଷା ସରିଆସିଲାଣି। ଆଉ ପ୍ରାୟ ୫ଟି ନିର୍ବାଚନ ମଣ୍ଡଳୀ ବାକି ରହିଛି। ସେଗୁଡିକର ସମୀକ୍ଷା ମଧ୍ୟ ଖୁବଶୀଘ୍ର ସରିବ ବୋଲି ସେ କହିଛନ୍ତି।