ଗଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଶୁଭେଚ୍ଛା

ଗଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ …

ଗଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ ଏକ ଟୁଇଟ୍‌ରେ କହିଛନ୍ତି ଯେ ଏଥର ଆଜାଦୀ କା ଅମୃତ ମହୋତ୍ସବ ସମୟରେ ଏହା ପାଳନ କରାଯାଉଥିବାରୁ ଏହି ଉତ୍ସବ ବିଶେଷ ଅଟେ। ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ମିଳିତ ଭାବରେ ଆଗକୁ ବଢନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

୭୪ ତମ ଗଣତନ୍ତ୍ର ଦିବସ ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ଶାହା ସେହି ସମସ୍ତ ସ୍ୱାଧୀନତା ସଂଗ୍ରାମୀ, ସମ୍ବିଧାନ ନିର୍ମାତା ଏବଂ ସାହସୀ ସୈନିକମାନଙ୍କୁ ଅଭିବାଦନ ଜଣାଇଛନ୍ତି, ଯେଉଁମାନେ ସ୍ୱାଧୀନତା ଆଣିବା, ଦେଶକୁ ଶକ୍ତିଶାଳୀ ତଥା ସୁରକ୍ଷା ଦେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି।