ଆର୍‌ସିବିକୁ ହରାଇଲା ଗୁଜରାଟ ଟାଇଟାନ୍‌ସ

ବେଙ୍ଗାଲୁରୁ : ବିରାଟ କୋହଲି ଓ ଶୁବ୍‌ମାନ ଗିଲ୍‌ ଚଳିତ ଆଇପିଏଲ୍‌ରେ ଗୋଟିଏ ମ୍ୟାଚ୍‌ରେ ବ୍ୟକ୍ତିଗତ ୨ୟ ଶତକ ହାସଲ କରିଛନ୍ତି। ତେବେ କୋହଲିଙ୍କ ଅପରାଜିତ ଶତକ ନିଷ୍ଫଳ ହୋଇଥିବା ବେଳେ ଗିଲ୍‌ଙ୍କ ଅପରାଜିତ ଶତକ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପ୍ଲେଅଫ୍‌ରୁ ବିଦାୟର ରାସ୍ତା ଦେଖାଇଛି।

ରବିବାର ୭୦ତମ ତଥା ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଗିଲ୍‌ଙ୍କ ଅପରାଜିତ ବିସ୍ଫୋରକ ୧୦୪ ରନ୍‌ ବଳରେ ଆର୍‌ସିବିକୁ ୬ ୱିକେଟରେ ଗୁଜରାଟ ଟାଇଟାନ୍‌ସ ପରାସ୍ତ କରିଛି। ଏହି ପରାଜୟ ଫଳରେ ଆର୍‌ସିବି ପ୍ଲେଅଫ୍‌ରୁ ବାଦ୍‌ପଡ଼ିଛି। ଅନ୍ୟପକ୍ଷରେ ବାଦ୍‌ପଡ଼ିବା ଆଶଙ୍କାରେ ଥିବା ମୁମ୍ବଇ ଇଣ୍ଡିଆନ୍‌ସ ପ୍ଲେଅଫ୍‌ରେ ସ୍ଥାନପାଇଛି। ବିରାଟ କୋହଲିଙ୍କ ଅପରାଜିତ ୧୦୧ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ଆର୍‌ସିବି ୫ ୱିକେଟରେ ୧୯୭ ରନ୍‌ କରିପାରିଛି।