ଏଚ୩ଏନ୨ ଭାଇରସ କାଲିଠାରୁ ୨୬ ଯାଏ ସ୍କୁଲ ବନ୍ଦ

ପୁଡୁଚେରୀ: ଜ୍ୱର, କାଶା ଓ ଛିଙ୍କ ଭଳି ସମସ୍ୟା ସୃଷ୍ଟି କରୁଥିବା ଏଚ୩ଏନ୨ ଭାଇରସ ଏବେ ସମସ୍ତଙ୍କର ଚିନ୍ତା ବଢ଼ାଇବାରେ ଲାଗିଛି। ଏହି ଭାଇରସରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାର ସମସ୍ତଙ୍କୁ ସତର୍କ ରହିବାକୁ କହିଛନ୍ତି। ଏସବୁ ଭିତରେ ପୁଡୁଚେରୀ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାର ମାର୍ଚ୍ଚ ୧୬ ଅର୍ଥାତ କାଲି ଠାରୁ ଆସନ୍ତା ମାର୍ଚ୍ଚ ୨୬ ତାରିଖ ଯାଏ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି।

ଏହି ନିର୍ଦ୍ଦେଶନାମା ପୁଡୁଚେରୀ, କାରାଇକାଲ, ମାହେ ଓ ୟାନାମରେ ଲାଗୁ ହେବ। କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଏବେ ଅଧିକାଂଶ ଛୋଟ ପିଲା ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହେଉଛନ୍ତି। ଆଗକୁ ସ୍ଥିତି ଅଧିକ ଖରାପ ହେବାର ଆଶଙ୍କା ଥିବାରୁ ସରକାର ୧୦ ଦିନ ପାଇଁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି।