ଜାମ୍ମୁରେ ବାଦଲଫଟା ବର୍ଷା: ମାଟି ତଳେ ଶଡ ଶହ ଗାଡି

Hundreds of vehicles hit the ground…

ଶ୍ରୀନଗର : ଜାମ୍ମୁ-କଶ୍ମୀରର ଡୋଡାରେ ବାଦଲଫଟା ବର୍ଷା ହୋଇଛି । ଏଥିଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଅନେକ ସ୍ଥାନରେ ରାସ୍ତା ଧସିଯାଇଛି । ମାଟି ତଳେ ଶହ ଶହ ଗାଡି ପୋତି ହୋଇ ରହିଥିବା ଦେଖିବାକୁ ମିଳିଛି । ଆଖପାଖ ପାହାଡରୁ ପଥର ଖସି ରାସ୍ତା ଏକ ପ୍ରକାର ବନ୍ଦ ହୋଇଯାଇଛି ।

ସୂଚନାନୁସାରେ, ଡୋଡା ଜିଲ୍ଲାରେ ବାଦଲ ଫଟା ବର୍ଷା ହୋଇଥିଲା । ଫଳରେ ଅନେକ ସ୍ଥାନରେ ବଡ ବଡ ପଥର ଖଣ୍ଡ ପାହାଡରୁ ଖସି ପଡିଥିଲା । ଏପରିକି ରାସ୍ତାରେ ପଥର ଖସିବା ଫଳରେ ଯାନବାହନ ଫସି ରହିଛି ।