ରାଶିଫଳ ସୋମବାର : ଆଜି ଆପଣ ଜଣେ ବିଶେଷ ବ୍ୟକ୍ତିଙ୍କୁ ଦେଖା କରି ପାରନ୍ତି ଓ ଆପଣଙ୍କ ମନ ଖୁସିରେ ଭରି ଉଠିବ

ଆଜି ଦିନ ଯାକ ଉର୍ଜାରେ ଭରି ରହିବେ

ମେଷ : ଆଜି ନିଜର ଦେହର ଯତ୍ନ ନେବା ପାଇଁ ,ବହୁତ ସମୟ ମିଳିବ ତାହାର ଉପଯୋଗ କରନ୍ତୁ| ଆଜି ଦିନ ଯାକ ଆପଣ ଉର୍ଜାରେ ଭରି ରହିବେ ଓ ହୋଇ ପାରେ କି ହଠାତ ଅଦେଖା ଲାଭ ମଧ୍ୟ ମିଳି ପାରେ | ପ୍ରେମ,ମିଳାମିଶା ଓ ବନ୍ଧନରେ ବୃଦ୍ଧି ହେବ | ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ପ୍ରେମୀ ଆପଣଙ୍କ ମନ ବୁଝୁନାହିଁ , ତେବେ ସେଥିପାଇଁ ବ୍ୟସ୍ତ ନ ହୋଇ ସେଥିପାଇଁ ସମୟ ଦିଅନ୍ତୁ ଏବଂ ନିଜ ହୃଦୟର କଥା ସ୍ପଷ୍ଟ ଭାବରେ ବ୍ୟକ୍ତ କରନ୍ତୁ | କାମକାର୍ଯ୍ୟ ଦୃଷ୍ଟିରୁ ଆଜି ଆପଣଙ୍କ କଥା ସମସ୍ତେ ଶୁଣିବେ ନିଜ ରୂପ ଓ ବ୍ୟକ୍ତିତ୍ୱ ସୁଧାରିବାକୁ ଯାହା ଭି ପ୍ରଯତ୍ନ କରିଛନ୍ତି ତାହା ସଫଳ ହେବ | ପ୍ରେମ ଦୃଷ୍ଟିରୁ ବୈବାହିକ ଜୀବନ ପାଇଁ ଭଲ ଦିନ ଅଛି |

ବୃଷ : ନିଜକୁ କିଛି କୌତୁହଳଜନକ କାର୍ଯ୍ୟରେ ଲଗାନ୍ତୁ | ମାନସିକ ଶାନ୍ତି ପାଇଁ ଆପଣଙ୍କ ଖାଲି ବସିବାର ଅଭ୍ୟାସ ବିପଦଜନକ ପ୍ରମାଣିତ ହୋଇ ପାରେ | ଯଦିଓ ଧନ ଆପଣଙ୍କ ହାତରୁ ସହଜରେ ଖସି ଚାଲିବ, କିନ୍ତୁ ଆପଙ୍କ ଗ୍ରହ ମାନେ ଆପଣଙ୍କ ଧନରେ କ୍ଷତି ହବାକୁ ଦେବେ ନାହିଁ | ପରିବାର ଲୋକଙ୍କ ମଧ୍ୟରୁ କାହାରଶରୀର ଖରାପ ହେବ କାରଣରୁ ବୁଲା-ବୁଲି କରିବାର କାର୍ଯ୍ୟକ୍ରମରେ ବିଳମ୍ବ ହୋଇ ପାରେ | ପ୍ରେମ ଜୀବନ କ୍ଷେତ୍ରରେ ଆଜି ଭଲ ଦିନ ନୁହେଁ, କାରଣ ଆପଣ ଆଜି ପ୍ରକୃତ ପ୍ରେମ ଖୋଜିବାରେ ବିଫଳ ହେଇ ପାରନ୍ତି | ଆଜି ଆପଣଙ୍କ କାମ ଚାପ ଯୋଗୁ ନିଜ ସ୍ୱାସ୍ଥ୍ୟ ଉପରେ ବେଶୀ ଧ୍ୟାନ ଦେବାକୁ ସମୟ ମିଳିବ ନାହିଁ | ସମୟର ପୁରା ଆନନ୍ଦ ନେବା ପାଇଁ ଲୋକମାନଙ୍କଠାରୁ ଦୂରରେ ରହି ନିଜ ପସନ୍ଦର କାମ କରିବା ଉଚିତ | ଏହା ଦ୍ୱାରା ଆପଣ ଆପଣଙ୍କ ଭିତରେ ସକାରାତ୍ମକ ପରିବର୍ତନ ଦେଖିପାରିବେ | ଗୋଟେ ବଡ଼ ଯୁକ୍ତି-ତର୍କ ଦିନ ବେଳେ ହେବା ପରେ, ଆପଣ ଆପଣଙ୍କ ଜୀବନସାଥୀ ସହିତ ସୁନ୍ଦର ସଂଧ୍ୟା କାଟିବେ |

ମିଥୁନ : ନିଜର ସକାରାତ୍ମକ ଚିନ୍ତା ଧାରା ଯୋଗୁଁ ଆଖ ପାଖ ଲୋକଙ୍କୁ ପ୍ରଭାବିତ କରିବେ ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ | ଏହାଦ୍ୱାରା ଧାନ ଲାଭ ହୋଇପାରେ | ସାମାଜିକ ଉତ୍ସବରେ ଭାଗ ନେବା ପାଇଁ ଭଲ ସୁଯୋଗ ଅଛି,ଯାହା କାରଣରୁ ଆପଣ ପ୍ରଭାବଶାଳୀ ମାନଙ୍କର ସମ୍ପର୍କରେ ଆସିବେ | ଆପଣଙ୍କୁ ନିଜର ବିଫଳତାରୁ କିଛି ଶିକ୍ଷା ଶିଖିବାକୁ ଦରକାର ଅଛି,କାରଣ ଆଜି ଆପଣଙ୍କ ମନର କଥା ପ୍ରକାଶିତ କଲେ କ୍ଷତି ବି ହୋଇ ପାରେ | ଆଜି ଦିନରେ ଭାଗ୍ୟ ଆପଣଙ୍କ ସହିତ ଅଛି ଓ ଆପଣଙ୍କୁ ଲାଭ ହେବ, କାରଣ ଆପଣ ଉଚିତ ସମୟରେ ଠିକ ଜାଗାରେ ଉପସ୍ଥିତ ଅଛନ୍ତି | ଆଜି ଆପଣଙ୍କ ସମ୍ପର୍କ କରିବାର କୌଶଳ ଓ ପ୍ରବୀଣତା ଅନ୍ୟ ମାନଙ୍କୁ ବହୁତ ପ୍ରଭାବିତ କରିବ | ଆଜି ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ସ୍ୱାସ୍ଥ୍ୟକୁ ନେଇକି ଅସମ୍ବେଦନଶୀଳ ହୋଇ ପାରନ୍ତି |

କର୍କଟ : ଆଜି ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ ଓ ସୁଖୀ ଅନୁଭବ କରିବେ | ଆଜି ଟଙ୍କା ରୋଜଗାର କରିବା ପାଇଁ ଶୁଭ ଦିନ ଅଟେ -କିନ୍ତୁ ଚେଷ୍ଟା କରିବେ କି ତାହା ହାଥ ଛଡ଼ା ନ ହଉ | ଆଜି ଘର ଲୋକଙ୍କୁ ଲଜ୍ଜିତ କରନ୍ତୁ ନାହିଁ ଓ ଘର ଅବସ୍ଥା ହିସାବରେ ଗ୍ରହଣ କରନ୍ତୁ | ପ୍ରେମ ଆପଣଙ୍କ ହୃଦୟରେ ଶାସନ କରେ | ଏମିତିଆ ଲୋକଙ୍କ ସହିତ ହାତ ମିଶାନ୍ତୁ ଯେଉଁ ମାନେ କାଳ୍ପନିକ ଭାବରେ ଭଲ ଓ ଯାହାଙ୍କର ଚିନ୍ତାଧାରା ଆପଣଙ୍କ ସହିତ ମିସେ | ସାଂସାରିକ ମୋହରୁ ଦୂରରେ ଆପଣ ଆଜି ଆନନ୍ଦର ଖୋଜରେ ଆଧ୍ୟାତ୍ମିକଗୁରୁଙ୍କୁ ଭେଟିବାକୁ ଯାଇପାରନ୍ତି | ଆପଣଙ୍କ ଜୀବନ-ସାଥୀ କାରଣରୁ ଆପଣ ଅନୁଭବ କରିବେ କି ସ୍ୱର୍ଗ ପୃଥିବୀରେ ହିଁ ଅଛି |

ସିଂହ : ଜିତିବାର ଉତ୍ସାହ ଆପଣଙ୍କ ହୃଦୟକୁ ଖୁସିରେ ଭରି ଦେବ | ଏହି ଉତ୍ସହାକୁ ଦୁଇଗୁଣ କରିବା ପାଇଁ ଆପଣ ନିଜ ଖୁସିରେ ନିଜ ସାଙ୍ଗ ମାନଙ୍କୁ ଭାଗିଦାର ବନେଇ ପାରନ୍ତି | ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ | ଏହାଦ୍ୱାରା ଧାନ ଲାଭ ହୋଇପାରେ | ଆଜି ଦିନଟା ବନ୍ଧୁ ମାନଙ୍କଠୁ ଖୁସି ଖବର ପାଇଁକି ଆରମ୍ଭ କରିବେ | ଆଜି ଦିନରେ ପ୍ରେମର କଢ଼ ଫୁଟିକି ଫୁଲ ହେଇ ପାରେ | ଆପଣଙ୍କ ଚିତା କାମ-କାର୍ଯ୍ୟରେ ଫନ୍ଦି ହୋଇ ରହିବ,ଯାହା କାରଣରୁ ଆପଣଙ୍କ ପରିବାର ଲୋକ ଓ ବନ୍ଧୁ ମାନଙ୍କ ପାଇଁ ସମୟ କାଢ଼ି ପାରିବେନି | ଆଜି ଛାତ୍ର ଛାତ୍ରୀମାନେ ପ୍ରେମ ଭାବନାରେ ବୁଡ଼ି ରହି ନିଜର ସମୟ ନଷ୍ଟ କରିପାରନ୍ତି | ଏହି କଥାର ପ୍ରବଳ ସମ୍ଭାବନା ଅଛିକି ଆଖ-ପାଖ ଲୋକ ଆପଣ ଦୁଇ ଜଣଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବା ପାଇଁ ପ୍ରୟାସ କରିବେ | ତେଣୁ: ବାହାର ଲୋକଙ୍କ କଥା ଶୁଣିବା ଠିକ ହେବ ନାହିଁ |

କନ୍ୟା : ନିଜକୁ ଶାନ୍ତ ରକଃନ୍ତୁ କାରଣ ଆଜି ଆପଣଙ୍କୁ ବହୁତ ସାରା ବଧାର ସମ୍ମୁଖୀନ ହବାକୁ ପଡି ପାରେ,ଯାହା କାରଣରୁ ଆପଣ ଅସୁବିଧାରେ ପଡ଼ି ପାରନ୍ତି |ବିଶେଷ କରିକି ନିଜର ରାଗ ଉପାରେ ନିୟନ୍ତ୍ରଣ ରଖନ୍ତୁ,କାରଣ ଏହା ଆଉ କିଛି ନୁହେ କେବଳ କିଛି ସମୟର ପାଗଳାମି ହିଁ | ଆଜି ଆପଣଙ୍କୁ ଆପଣଙ୍କର ଧନ ଖର୍ଚ୍ଚ କରିବାକୁ ପଡିବ ନାହିଁ କାରଣ ଆପଣଙ୍କ ଘରର କୌଣସି ବଡ ଲୋକ ଆଜି ଆପଣଙ୍କ ପାଇଁ ଖର୍ଚ୍ଚ କରିବେ | ସାଙ୍ଗ ମାନଙ୍କ ସହିତ ସନ୍ଧ୍ୟାରେ ବୁଲିବା କିମ୍ବା କିଣାକିଣି କରିବା ଆନନ୍ଦାୟକ ଓ ମନୋରଞ୍ଜନ ଭରା ରହିବ | ଆପଣଙ୍କର ଜୀବନରେ ପ୍ରେମର ଗଂଗା ବୋହିବ , ତେଣୁ ଆପଣ ସଚେତ ଥାନ୍ତୁ| ସହକର୍ମୀ ଓ ବରିଷ୍ଠ ଲୋକଙ୍କ ପୁରା ସହଯୋଗ ପାଇ କାର୍ଯ୍ୟାଳୟର କାମ ଅତି ଶୀଘ୍ର କରି ପାରିବେ | କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ସେ କାମ କରିଥିବା ଅନୁଭବୀ ଲୋକଙ୍କ ସହିତ ପରାମର୍ଶ କରନ୍ତୁ | ଯଦି ସମୟ ଅଛି ତାହେଲେ ସେମାନଙ୍କୁ ଦେଖାକରି ତାଙ୍କର ଉପଦେଶ ନିଅନ୍ତୁ | ଆପଣ ଅନୁଭବ କରିବେ କି ଆପଣଙ୍କ ଜୀବନସାଥୀର ମହୁଠୁ ବି ଅଧିକ ମିଠା ଅଛି |

ତୁଳା : ହାସମୁଖ ବଂଧୁ ମାନଂକ ସହିତ ରହିବା ବିବାଦ କାମ କରିବ ଓ ଆପଣଙ୍କୁ ଆରାମ ଦବ | ଆପଣ ଭାଗ୍ୟଶାଲୀ କି ଆପଣଙ୍କ ପାଖରେ ଏମିତି ବଂଧୁ-ବାଂଧବ ଅଛନ୍ତି | ଯେଉଁ ମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବାର ସମ୍ଭାବନା ଅଛି | ଆପଣଙ୍କ ଭିତରୁ କିହିଁ ଲୋକେ ଗହଣା କିମ୍ବା ଘରୋଇ ଜିନିଷ କିଣି ପାରିବେ | ପ୍ରେମ ଆପଣଙ୍କ ହୃଦୟରେ ଶାସନ କରେ | ସବୁ ଜିନଷ ଆପେ ଠିକ ହେବା ପାଇଁ ଅପେକ୍ଷା କରନ୍ତୁ ନାହିଁ, ନିଜେ ନୂଆ ସୁଯୋଗ ଖୋଜନ୍ତୁ | କାର୍ଯ୍ୟକ୍ଷେତ୍ରରେ କୌଣସି କାମ ଅଟକିଯିବା ହେତୁ ଆଜି ସଂଧ୍ୟାର ବହୁମୂଲ୍ୟ ସମୟ ଆପଣଙ୍କର ଖରାପ ହୋଇପାରେ | ଆଜିକୁ ଆପଣ ଅନୁଭବ କରିବେକି ଆପଣଙ୍କ ବୈବାହିକ ଜୀବନ ବହୁତ ସୁନ୍ଦର |

ବିଛା : ଆଶାବାଦୀ ରୁହନ୍ତୁ ଓ ଉଜ୍ବଳ ପକ୍ଷକୁ ଦେଖନ୍ତୁ | ଆପଣଙ୍କ ବିଶ୍ୱାସ ଓ ଆଶା ଆପଣଙ୍କ ଇଚ୍ଛା ପୁରୁଣ ହେବ ପାଇଁ ନୂତନ ଦ୍ୱାର ଖୋଲିବ | ଆଜି ଆପଣଙ୍କର ଜୀବନସାଥିଙ୍କର ଖରାପ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ , କିନ୍ତୁ ସେଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଆପଣଙ୍କ ସଞ୍ଚିତ ଅର୍ଥ ଏଥିପାଇଁ ପର୍ଯ୍ୟାପ୍ତ ହେବ | ଯଦି ଆପଣ ନିଜର ସାଥୀଙ୍କ ଦୃଷ୍ଟିକୁ ଅବହେଳା କରିବେ, ତାହେଲେ ସିଏ ନିଜର ସହନଶୀଳତା ହରେଇ ବସି ପାରନ୍ତି | ଆଜି ନିଜ ପ୍ରିୟକୁ କ୍ଷମା କରିବାକୁ ଭୁଲନ୍ତୁ ନାହିଁ | କାର୍ଯ୍ୟସ୍ଥଳରେ ଜ୍ଞାନ , ବିବେକ ଓ ବୁଦ୍ଧିର ସହିତ କାମ କରିବେ | ଆଜି ଅଚାନକ କାମରୁ ଛୁଟି ନେଇ ପରିବାର ସହିତ ସମୟ କାଟିବାକୁ ପସନ୍ଦ କରିବେ | ଜନ୍ମଦିନ ଭୁଲିଲା ପରି କୌଣସି ଛୋଟ କଥାକୁ ନେଇକି ଜୀବନସାଥୀ ସହିତ ଝୁଙ୍କଟି ହୋଇ ପାରେ | କିନ୍ତୁ ଶେଷରେ ସବୁ ଠିକ ହୋଇ ଯିବ |

ଧନୁ : ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ଆଜି ଘରୁ ଆପଣ ଯଦିବା ସକାରାତ୍ମକ ସ୍ଥିତି ରେ ବାହାରିବେ ତଥାପି କୌଣସି ମୂଲ୍ୟବାନ ବସ୍ତୁ ଚୋରି ହେବ ଯୋଗୁଁ ଆପଣଙ୍କ ମାନସିକ ଅବସ୍ଥା ବିଗିଡ଼ି ଯିବ | ଆପଣଙ୍କ ପୁର୍ଣ ଉର୍ଜା ଓ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ ଓ ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ | ଆପଣଙ୍କ ସାଥୀ ଆଜି ଆପଣଙ୍କ ପାଇଁ ଦେବଦୁତ୍ତ ପରି ଲାଗିବେ, ଯଦି ଆପଣ ଟିକେ ଭଲ ପାଇବା ଦେବେ | ଆପଣଙ୍କ ବରିଷ୍ଠ ଅଧିକାରୀଙ୍କୁ ଜଣା ପଡ଼ିବା ପୂର୍ବରୁ, ବହୁତ ସମୟରୁ ରହିଥିବା କାର୍ଯ୍ୟକୁ ଶେଷ କରି ଦିଅନ୍ତୁ | ସମୟର ସଦୁପଯୋଗ କରିବାପାଇଁ ଆଜି ଆପଣ ପାର୍କ ଜେବାପାଇଁ ଯୋଜନା କରିପାରନ୍ତି କିନ୍ତୁ ସେଠି କୌଣସି ଅଚିଂହା ବ୍ୟକ୍ତିଙ୍କ ସହିତ ଯୁକ୍ତି ତର୍କ ହେଵା ଆପଣଙ୍କ ମୁଡ଼ ଖରାପ ହୋଇପାରେ | ବୈବାହିକ ଜୀବନର ଦୃଷ୍ଟିରୁ ଯଦି ଦେଖିବେ ତାହେଲେ ଜିନିଷ ଆପଣଙ୍କ ପକ୍ଷରେ ଦେଖା ଯିବ |

ମକର : ଖାଇବା ପିଇବା ବେଳେ ସାବଧାନ ରୁହନ୍ତୁ | ଭେଖାତିର ହେବ ରୋଗ ହେବାର କାରଣ ହୋଇ ପାରେ | ଉପଯୁକ୍ତ ବୁଦ୍ଧିମତ୍ତା ଦ୍ୱାରା ନିବେଶ ଆପଣଙ୍କୁ ଲାଭଦାୟୀ କରିବ – ତେଣୁ ନିଜର ଝାଳ ବୁହା ଧନକୁ ବୁଝିସୁଝି ଲଗାନ୍ତୁ | ପିଲା ମାନେ ଆଜି ଆପଣଙ୍କର ଦାତା ଆଚରଣର ଲାଭ ଉଠେଇ ବାକୁ ଚେଷ୍ଟା କରିବେ କିନ୍ତୁ ଆପଣ ବର୍ଜନ କରନ୍ତୁ | ଆଜି ଆପଣ ଜଣେ ବିଶେଷ ବ୍ୟକ୍ତିଙ୍କୁ ଦେଖା କରି ପାରନ୍ତି ଓ ଆପଣଙ୍କ ମନ ଖୁସିରେ ଭାରି ଉଠିବା | ଆପଣ କୌଣସି ବଡ଼ ବ୍ୟବାସୀଙ୍କ ଆଦାନ-ପ୍ରଦାନ କରି ପାରନ୍ତି ଓ ମନୋରଞ୍ଜନ ଠୁ ଜଡିତ କୌଣସି ପରିଯୋଜନାରେ ନୂତନ ଲୋକଙ୍କ ସହିତ ଦେଖା କରି ପାରନ୍ତି | ଆଜି ଆପଣ ଆପଣଙ୍କ ଜୀବନସାଥୀଙ୍କୁ ନେଇ ବାହାରକୁ ଯିବାପାଇଁ ଯୋଜନା କରିପାରନ୍ତି | କିନ୍ତୁ ତାଙ୍କର ଖରାପ ସ୍ୱାସ୍ଥ୍ୟ ପାଇଁ ଆପଣ ତାଙ୍କୁ ନେଇପାରିବେନି | ଯଦି ଆପଣ ନିଜର ଜୀବନ-ସାଥୀଙ୍କ ଠୁ ସ୍ନେହର ଆଶା ରଖୁଛନ୍ତି, ତାହେଲେ ଆଜିର ଦିନ ଆପଣଙ୍କ ସବୁ ଆଶା ପୁରୁଣ କରିବ |

କୁମ୍ଭ : ଆଜିର ଦିନ ଯୋଗ ଓ ଧ୍ୟାନ ସହିତ ଆରମ୍ଭ କରିପାରନ୍ତି | ଏହା ଦ୍ୱାରା ଆପଣ ପୁରା ଦିନ ଉର୍ଜ୍ଜାର ସହିତ କାଟିବେ ଆଜି ସଫଳତାର ମୂଳ ମନ୍ତ୍ର ହେଉଛି କି ଆପଣ ସେମିତିଆ ଲୋକଙ୍କ ପରାମଶ ଉପରେ ଧନ ନିବେଶ କରନ୍ତୁ, ଯେଉଁ ମାନେ ନବପ୍ରବର୍ତ୍ତନ ବିଚାର ରଖନ୍ତି ଓ ଅନୁଭବୀ ଅଟନ୍ତି | କିଛି ଲୋକ ଯେତିକି ପ୍ରକୃତରେ କରି ପାରିବେ, ତାଠୁ ବେଶୀ କଥା ଦିଅନ୍ତି | ଏମିତି ଲୋକଙ୍କୁ ଭୁଲି ଯିବା ଭଲ ଯେଉଁ ମାନେ କେବଳ କଥା କୁହନ୍ତି ଓ କିଛି ପରିଣାମ ଦିଅନ୍ତି ନାହିଁ | ହଠାତ ହୋଇ ଥିବା ପ୍ରେମର ଦେଖା ସାକ୍ଷାତ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରି ପାରେ | ଏହା ସେହି ଦିନ ପରି ଯେଉଁ ଥିରେ ଆପଣଙ୍କ ସୃଜନଶୀଳତା ଚରମ ସୀମାରେ ଥାଏ | ହିତକାରୀ ଗ୍ରହ ଯୋଗୁଁ ଆଜି ଅଧିକ ଖୁସି ଅନୁଭବ କରିବେ | ଆପଣଙ୍କ ଜୀବନ-ସାଥୀଙ୍କ ମନ ଆଜି ବହୁତ ଭଲ ଅଛି | ଆପଣଙ୍କୁ କୌଣସି ଉପହାର ମିଳି ପାରେ |

ମୀନ : ଅସନ୍ତୋଷ ଭାବନାକୁ ନିଜ ଉପରେ ଅବୈଧ ହବାକୁ ଦିଅନ୍ତୁ ନାହିଁ | ଆଜି ଆପଣଙ୍କୁ କୌଣସି ସ୍ରୋତରୁ ଅର୍ଥ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ | ଆଜି ସାଙ୍ଗ ମାନଙ୍କଠୁ ଅନପେକ୍ଷିତ ଉପହାର ମିଳି ପାରେ | ଆପଣ ଆପଣଙ୍କ ଜୀବନ ସାଥୀଙ୍କ ସହିତ କୋଉଠିକି ବୁଲା ବୁଲି କରି ନିଜର ପ୍ରେମ ଜୀବନରେ ନୂତନ ଉର୍ଜା ଭାରି ପାରିବେ | ଆଜି ନିଜ କଥା ବାର୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ , ବିଶେଷ ଭାବେ କୋଣସି ଉଦ୍ୟମ ବୈଠକରେ ନହେଲେ ନିଜର ପ୍ରତିଷ୍ଠାକୁ ହାନି ହୋଇ ପାରେ | ଆଜି ଆପଣ ଗହଳି ବ୍ୟତୀତ ଏକ ରହିବାକୁ ବେଶୀ ପସନ୍ଦ କରିବେ | ଆଜି ଆପଣ ଆପଣଙ୍କ ଖାଲି ସମୟରେ ଘର ସଫାସଫି କରିବାକୁ ପସନ୍ଦ କରିବେ | ଆଜି ଦିନରେ ଆପଣ ପ୍ରେମରେ ପାଗଳ ହୋଇପାରନ୍ତି, ନିଜର ଜୀବନ-ସାଥୀ ସହିତ ପ୍ରେମ କରିବାର ସବୁ ସୀମା ପାର କରି ପାରନ୍ତି |