BYJU ସିଇଓ’ଙ୍କ ଘରେ ପଶିଲା ଇଡି

BYJUର ସିଇଓ ବାଇଜୁ ରବୀନ୍ଦ୍ରନଙ୍କ ବେଙ୍ଗାଲୁରୁ ସ୍ଥିତ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆଜି ଚଢ଼ାଉ କରାଯାଇଛି। ବୈଦେଶିକ ପାଣ୍ଠି ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ବାଇଜୁ ରବୀନ୍ଦ୍ରନ ଓ ତାଙ୍କ କମ୍ପାନୀ ‘ଥିଙ୍କ ଆଣ୍ଡ ଲର୍ଣ୍ଣ ପ୍ରାଇଭେଟ ଲିମିଟେଡ୍‌’ ବିରୋଧରେ ବୈଦେଶିକ ବିନିମୟ ପରିଚାଳନା ଆଇନ (FEMA)ରେ ଥିବା ବ୍ୟବସ୍ଥା ଅନୁସାରେ ମାମଲା ରୁଜୁ ହୋଇଥିବା ବେଳେ ଆଜି ତାଙ୍କ ବେଙ୍ଗାଲୁରୁ ସ୍ଥିତ ଘର ଓ ଦୁଇଟି ଅଫିସରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଇଡି ଅନେକ ଗୁଡ଼ିଏ ସନ୍ଦେହଜନକ କାଗଜପତ୍ର ଓ ତଥ୍ୟ ଜବତ କରିଥିବା ଜଣାପଡ଼ିଛି।