160×600
160×600

ଆଜି ଭାରତ-ବାଂଲାଦେଶ ମୁକାବିଲା

ଭାରତ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ବାଂଲାଦେଶ ଫାଇନାଲରୁ ବାଦ୍‌ପଡ଼ିଛି । ତେଣୁ ଏହି ମ୍ୟାଚ୍‌ କେବଳ ଔପଚାରିକତା ପୂରଣ କରିବା ପାଇଁ ଖେଳାଯିବ । ତେବେ ଆଉ ୨୦ ଦିନ ପରେ ବିଶ୍ବକପ୍‌ ଥିବାରୁ ଏହି ମ୍ୟାଚ୍‌ରେ ଅନ୍ୟ କିଛି ଖେଳାଳିଙ୍କୁ ଖେଳାଇ ସେମାନଙ୍କ ଦକ୍ଷତା ପରଖିବାକୁ ଉଭୟ ଦଳ ଚାହିଁବେ । ଭାରତ ପ୍ରଥମ ୨ଟି ସୁପର-୪ ମ୍ୟାଚ୍‌ ଜିତିଥିବା ବେଳେ ୨ଟିଯାକ ମ୍ୟାଚ୍‌ରେ ବାଂଲାଦେଶ ପରାସ୍ତ ହୋଇଛି ।