ଶ୍ରୀଲଙ୍କାକୁ ୪୦ ହଜାର ମେଟ୍ରିକ ଟନ ଡିଜେଲ ପଠାଇଲା ଭାରତ

ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ଭାରତ କ୍ରମାଗତ ଭାବେ ସହାୟତା…

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ଭାରତ କ୍ରମାଗତ ଭାବେ ସହାୟତା ଯୋଗାଇ ଚାଲିଛି । ତେବେ ଏହାରି ମଧ୍ୟରେ ଭାରତ ଶ୍ରୀଲଙ୍କାକୁ ୪୦ ହଜାର ମେଟ୍ରିକ ଟନ ଡିଜେଲ ପଠାଇଛି । ସୂଚନାଯୋଗ୍ୟ ଯେ, ଗତମାସରେ ଶ୍ରୀଲଙ୍କାର ଇନ୍ଧନ ଆମଦାନୀ ଲାଗି ଭାରତ ୫୦ କୋଟି ଡଲାର ସାହାଯ୍ୟ କରିଥିବା ବେଳେ ବର୍ତ୍ତମାନ ଡିଜେଲ ଦେଇ ସାହାଯ୍ୟର ହାତ ବଢାଇଛି । ଏନେଇ ଭାରତର ହାଇ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସଂକଟ ସମୟରେ ଶ୍ରୀଲଙ୍କାକୁ ଭାରତ ସରକାର ସହଯୋଗ କରୁଛନ୍ତି । ଶ୍ରୀଲଙ୍କାର ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସରକାର ଉଦ୍ୟମ କରୁଛନ୍ତି ।

ଭାରତ ଶ୍ରୀଲଙ୍କାକୁ ୯୦୦ ମେଟ୍ରିକ ଟନ ଚାଉଳ, ୨୦୦ ମେଟ୍ରିକ ଟନ କ୍ଷୀର ପାଉଡର ଓ ୨୪ ମେଟ୍ରିକ ଟନ ଜରୁରୀ ଔଷଧ ଦେବ । ଏକ ରିପୋର୍ଟ ଅନୁସାରେ ଭାରତ ସରକାର ଶ୍ରୀଲଙ୍କାକୁ ପାଖାପାଖି ୪୫ କୋଟି ଟଙ୍କାର ସାମଗ୍ରୀ ପଠାଇଛନ୍ତି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଭାରତ ତରଫରୁ ଶ୍ରୀଲଙ୍କାକୁ କ୍ରମାଗତ ଭାବେ ସହାୟତା ଯୋଗାଇ ଚାଲିଛି ।