ରାତି ଅଧରେ ଜିପିଆରଏସ ସର୍ଭେ

ଶ୍ରୀମନ୍ଦିର ପୂର୍ବ-ଦକ୍ଷିଣ କୋଣ କାକୁଡି ଖାଇଙ୍କ ମନ୍ଦିର ପାଖରୁ ଆରମ୍ଭ କରି ଶ୍ରୀମନ୍ଦିର ଚାରିପାଖରେ…

ପୁରୀ :ଶ୍ରୀମନ୍ଦିର ପୂର୍ବ-ଦକ୍ଷିଣ କୋଣ କାକୁଡି ଖାଇଙ୍କ ମନ୍ଦିର ପାଖରୁ ଆରମ୍ଭ କରି ଶ୍ରୀମନ୍ଦିର ଚାରିପାଖରେ କିଛି ବ୍ୟକ୍ତି ମେସିନ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା । ଏମାର ମଠ ଜାଗାରେ ବି ଏମାନେ ସର୍ଭେ କରୁଥିବା ଦେଖିବାକୁ ମିଳିଛି । ଖୋଳତାଡ଼ ଓ ନିୟୋଜିତ ଅଧିକାରୀଙ୍କୁ ପଚରାଉଚରା ପରେ ଏହା ଜିପିଆର ସର୍ଭେ ବୋଲି ଜଣାପଡିଥିଲା । ନିୟୋଜିତ ଅଧିକାରୀଙ୍କୁ ପଚାରିବା ପରେ କହିଛନ୍ତି କି ଓବିସିସି ଚିଠିକ୍ରମେ ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଛି । ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ଜରିଆରେ ଏହି ସର୍ଭେ କରାଯାଉଛି ।

ସେହିପରି ଓବିସିସି ଗୁଜୁରାଟ ଆଇଆଇଟିକୁ ୪ ଦିନରେ ଏହି ସର୍ଭେ କରି ଦେବାକୁ କହିଥିଲା । ରାତିରେ ଏହି ସର୍ଭେ କରିବାକୁ ନିର୍ଦ୍ଦେଶ ରହିଥିଲା । ଏ ଭିତରେ ୨ ଦିନ ସର୍ଭେ କାମ ସରିଛି । ବାକି ଦୁଇ ଦିନ ସର୍ଭେ ପରେ ରିପୋର୍ଟ ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି ।