ଭାରତୀୟ ବାୟୁସେନାର ମିଗ୍‌-୨୧ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ

ପିଆଇବି, ଭୁବନେଶ୍ୱର : ଭାରତୀୟ ବାୟୁସେନା(ଆଇଏଏଫ୍‌) ର ଏକ ମିଗ୍‌-୨୧ ଯୁଦ୍ଧବିମାନ ଆଜି ସକାଳ ପ୍ରାୟ ୯ଟା ୪୫ରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ସୁରଟଗଡ଼ର ବାୟୁସେନା ଷ୍ଟେସନରୁ ଏକ ନିୟମିତ ତାଲିମ ଉଡ଼ାଣ ଭରିଥିଲା । ଏହାର କିଛି ସମୟରେ ପାଇଲଟ ଜରୁରିକାଳୀନ ସ୍ଥିତି ଉପୁଜିଥିବା ଅନୁଭବ କରିଥିଲେ ।

ଏପରି ସ୍ଥିତିରେ ଆବଶ୍ୟକ ଉପାୟରେ ସେ ବିମାନକୁ ଠିକ୍ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏଥିରେ ସେ ବିଫଳ ହୋଇଥିଲେ । ପରେ ପାଇଲଟ୍ ବିମାନରୁ ଡେଇଁ ପଡ଼ିବାକୁ   ନିଷ୍ପତ୍ତି ନେଇଥିଲେ । ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କୁ ସୁରଟଗଡ଼ ସେନାଘାଟିରୁ ଉତ୍ତରପୂର୍ବରେ ୨୫ କିଲୋମିଟର ଦୂରରୁ ଉଦ୍ଧାର କରାଯାଇଛି ।

ବିମାନର ଭଗ୍ନାବଶେଷ ହନୁମାନଗଡ଼ ଜିଲାର ବାହଲୋଲ ନଗର ସ୍ଥିତ ଏକ ଘର ଉପରେ ପଡ଼ିଥିଲା । ଏଥିରେ ଦୁର୍ଭାଗ୍ୟବଶତଃ ୩ ଜଣଙ୍କ ମୃତ୍ୟୁ ଘଟିଛି ।  ଭାରତୀୟ ବାୟୁସେନା ପକ୍ଷରୁ ଏଥପାଇଁ ଶୋକବ୍ୟକ୍ତ କରାଯିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଯାଇଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରୀ ଗଠନ କରାଯାଇଛି ।