ଦେଶୀ ଜ୍ଞାନକୌଶଳ: ସାଇକେଲ ଚେନ୍‌ ପେଡାଲରେ ହ୍ୟାଣ୍ଡପମ୍ପ

ଦେଶୀ ଜ୍ଞାନ ମଣିଷର ନିତିଦିନିଆ ତୁଟୁକା କାମକୁ ଭାରି ସହଜ କରି ଦେଇଥାଏ । ସଂପୂର୍ଣ୍ଣ ଦେଶୀୟ କଳାରେ ତିଆରି ମେସିନଗୁଡ଼ିକ ସୋସିଆଲ ମିଡ଼ିଆରେ ପ୍ରସାରିତ ହେବା ଫଳରେ ବହୁ ସାର୍ଟିଫିକେଟ୍‌ ଧାରୀଙ୍କ ମୁଣ୍ଡ ବାଉଳା ହୋଇଯାଏ । ଲୋକଙ୍କ ଦୃଷ୍ଟିରେ ମାମୁଲି ଦିଶୁଥିବା ଯନ୍ତ୍ରପାତିକୁ ବ୍ୟବହାର କରି ସାଧାରଣ ମଣିଷଟିଏ ଅସାଧାରଣ କାମ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଯାଏ ।

ସାଇକେଲ ଚେନ୍‌ ପେଡାଲ ଓ ଆହୁରି କିଛି ଚାଲୁ ଉପକରଣ ପ୍ରୟୋଗ କରି ଜଣେ ଯୁବକ ସ୍ୱୟଂଚାଳିତ ହ୍ୟାଣ୍ଡ୍‌ ପମ୍ପ ତିଆରି କରିଛନ୍ତି । ଜଣେ ଯୁବକ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଉକ୍ତ ଦେଶୀ ବିଦ୍ୟା ଯେପରି ବିଦେଶକୁ ଚାଲି ନଯାଏ । ସୋସିଆଲ ମିଡିଆରେ ଆଉ ଜଣେ ମନ୍ତବ୍ୟ କରିଛନ୍ତି, ୟା’ଠାରୁ ବଢ଼ିଆ ହୋଇଥାନ୍ତା ଗୋଟିଏ ମୋଟର ଲଗାଇ ଦେଇଥିଲେ । ସଂପୃକ୍ତ ଭିଡିଓଟିକୁ ୨୪ ଲକ୍ଷ ଲୋକ ଦେଖି ସାରିଲେଣି । ୧ ଲକ୍ଷ ୧୬ ହଜାର ଲୋକ ପସନ୍ଦ କରିଛନ୍ତି ।