‘ବାବରଙ୍କୁ ବିରାଟଙ୍କ ସହ ତୁଳନା କରିବା ଠିକ୍ ନୁହେଁ’- ଶାମି

ନୂଆଦିଲ୍ଲୀ : ପାକିସ୍ତାନର ଅଧିନାୟକ ବାବର ଆଜାମଙ୍କୁ  ବିରାଟ କୋହଲିଙ୍କ ସହ ତୁଳନା ଏବେ ଚର୍ଚ୍ଚା ଜୋର୍ ରହିଛି। ଏପରିକି କିଛି ବାବର ବିରାଟଙ୍କଠୁ ଅଧିକ ଭଲ କ୍ରିକେଟର ବୋଲି କହୁଛନ୍ତି । କିନ୍ତୁ ଏସବୁ ଠିକ୍ ନୁହେଁ ବୋଲି କହିଛନ୍ତି ଭାରତୀୟ ବୋଲର ମହମ୍ମଦ ଶାମି ।

ବାବର ଏବର ଶ୍ରେଷ୍ଠ ଟି୨୦ ଓ ଦିନିକିଆ ବ୍ୟାଟସମ୍ୟାନ୍ । ଶାମି କହିଛନ୍ତି ଯେ, ବାବରଙ୍କୁ ବିରାଟଙ୍କ ସହ ତୁଳନା କରିବା ଠିକ୍ ନୁହେଁ । ବାବରଙ୍କ ପାଖରେ ଅନୁଭବ କମ ଅଛି । ବିରାଟ କୋହଲି, ଷ୍ଟିଭ୍ ସ୍ମିଥ ଓ ଜୋ ରୁଟ୍ ଅଧିକ ସକ୍ଷମ । ସେମାନେ ଦୀର୍ଘ ଦିନ ଧରି କ୍ରିକେଟ୍ ଖେଳୁଛନ୍ତି । ଏହାକୁ ନେଇ କ୍ରିକେଟ୍ ବିଶେଷଜ୍ଞ ମଧ୍ୟ ବାବରଙ୍କୁ ବିରାଟଙ୍କ ସହ ତୁଳନା କରନ୍ତି । ବାବର ପାକିସ୍ତାନ ପାଇଁ ୬ ବର୍ଷରେ ୩୭ ଟେଷ୍ଟ୍, ୮୩ ଦିନିକିଆ ଓ ୭୩ ଟି୨୦ ଖେଳିଛନ୍ତି ।