ବଜେଟ ୨୦୨୨: ଅର୍ଥନୀତିକୁ ସୁଦୃଢ କରିବାକୁ ଅନେକ ଯୋଜନା ଆରମ୍ଭ

୧୬ ଲକ୍ଷ ଯୁବକଙ୍କୁ ଚାକିରୀ, ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍, ତିଆରି ହେବ ୨୫ ହଜାର କିମିର ରାଜପଥ, ଡିଜିଟାଲ ବିଦ୍ୟାଳୟ ପ୍ରତିଷ୍ଠା

ନୂଆଦିଲ୍ଲୀ :   ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଗାମୀ ୨୫ ବର୍ଷକୁ ଆଶା ରଖି ତିଆରି ବଜେଟ୍ ପ୍ରସ୍ତୁତ କରାଯାଇଛି। ଦେଶର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଅନେକ ଯୋଜନା ଆରମ୍ଭ କରାଯାଇଛି ।

ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଆତ୍ମନିର୍ଭର ଭାରତ ଅନୁସାରେ, ୧୬ ଲକ୍ଷ ଯୁବପୀଢିଙ୍କୁ ଚାକିରୀ ଦିଆଯିବ। ଏହି ବଜେଟ୍‌ ଯୋଗେ କୃଷକ, ଯୁବପୀଢିଙ୍କୁ ଫାଇଦା ମିଳିବ। ସେ ଆହୁରି କହିଛନ୍ତି ଯେ, ଏୟାର ଇଣ୍ଡିଆରେ ନିବେଶ ପୁରା ହୋଇଛି ଓ ଏଲଆଇସିର ଆଇପିଓ ଅତିଶୀଘ୍ର ଆସିବ। ପ୍ରଧାନମନ୍ତ୍ରୀ ଗତି ଶକ୍ତି କାରଣରୁ ଅର୍ଥବ୍ୟବସ୍ଥା ମଜବୁତ ହୋଇଛି। ୧୦୦ ବର୍ଷ ପାଇଁ ଢାଞ୍ଚାଗତ ସୁବିଧା ବଢାଇ ଦିଆଯିବ। ଏହାଦ୍ବାରା ଅନେକ ଭିତ୍ତିଭୂମିର ବିକାଶ ହେବ ।

ସେ ଆହୁରି କହିଛନ୍ତି ଯେ, ଆଗାମୀ ତିନି ବର୍ଷରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ ପ୍ରସ୍ତୁତ କରାଯିବ। କରୋନା ସଙ୍କଟ ଭିତରେ ଟିକାକରଣ ଅଭିଯାନରେ ଗତିଶକ୍ତି ଖୁବ୍ ସାହାଯ୍ୟ କରିଛି।  ସମସ୍ତଙ୍କ ଚେଷ୍ଟା ସହିତ ବିକାଶ ଜାରି ରହିବ। ୨୦୨୨-୨୩ ଭିତରେ ୨୫ ହଜାର କିଲୋମିଟର ହାଇୱେ ନିର୍ମାଣ ଲକ୍ଷ୍ୟ ରହିଛି। ଏଥିପାଇଁ ୨୦ ହଜାର କୋଟି ଖର୍ଚ୍ଚ ହେବ। ଆଗମୀ ତିନି ବର୍ଷରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍ ଚଳଚଳ ନେଇ ଯୋଜନା ରହିଛି। କରୋନା କାଳରେ ପାଠପଢାରେ ଖୁବ୍ କ୍ଷତି ହୋଇଛି। ଏବେ ୨୦୦ ଟିଭି ଚ୍ୟାନେଲ ଜରିଆରେ ଶିକ୍ଷାଦାନ ହେବ । ପିଏମ ଇ-ବିଦ୍ୟା କାର୍ଯ୍ୟକ୍ରମରେ ଡିଜିଟାଲ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏହାଛଡା ଡିଜିଟାଲ ବିଶ୍ବବିଦ୍ୟାଳୟ ମଧ୍ୟ ସ୍ଥାପନ କରାଯିବ। ସେହିପରି ମାନସିକ ସମସ୍ୟା ପାଇଁ ନ୍ୟାସନାଲ ଟେଲି ମେଣ୍ଟାଲ ହେଲଥ୍ ପୋଗ୍ରାମ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି ।