ହାତୀ ଆକ୍ରମଣରୁ ୩ ଜଣ ବର୍ତ୍ତିଗଲେ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ବନବିଭାଗ ସଜନାଗଡ଼ ଅଞ୍ଚଳରେ ହାତୀ ଉପଦ୍ରବ। ଅଳ୍ପକେ ବର୍ତ୍ତିଯାଇଥିଲେ ତିନି ଜଣ ଲୋକ। ଅଞ୍ଚଳରେ ଘର ଭାଙ୍ଗିବା ସହ ଧାନ, ଚାଉଳ, ଆସବାପତ୍ର ନଷ୍ଟ କରିଥିବା ଜଣାପଡ଼ିଛି। ତୋନିକୋଶିଆ ଜଙ୍ଗଲରୁ ୨ଟି ହାତୀ ଆସି ସଜନାଗଡ଼ର ପାଣବନ୍ଧ, ଭୋଳାଗଡ଼ିଆ, ବାଣ୍ଠିଆପଡ଼ା ଅଞ୍ଚଳରେ ଉପଦ୍ରବ କରୁଛନ୍ତି ।

ଘର ଭାଙ୍ଗିବା ସହ ଧାନ, ଚାଉଳ, ଆସବାପତ୍ର ନଷ୍ଟ କରିଥିବା ଜଣାପଡ଼ିଛି। ଭୋଳାଗଡ଼ିଆ ଗାଁର ଜାନକୀ ଟୁଡୁଙ୍କ ଘର ଭାଙ୍ଗିବା ସମୟରେ ପରିବାର ଲୋକେ ଜୀବନ ବିକଳରେ ଦୌଡ଼ିଥିଲେ । ଅଳ୍ପକେ ବର୍ତ୍ତିଯାଇଥିଲେ ତିନି ଜଣ ଲୋକ। ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରଵ କରୁଥିବାରୁ ବନ ବିଭାଗ ପ୍ରତିକାର ମୂଳକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।