ଆସିଲା ଫେବୃଆରୀ ମାସର ଗାଇଡଲାଇନ

ଭୁବନେଶ୍ୱର : ଫେବୃଆରୀ ମାସ ପାଇଁ ରାଜ୍ୟ ସରକାର କୋଭିଡ ଗାଇଡଲାଇନ ଜାରି କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ପତନ୍ତ୍ର ରିଲିଫ କମିଶନର । ଏବେ ସହରାଞ୍ଚଳରେ ରାତି ୯ଟା ବଦଳରେ ୧୦ଟାରୁ ଲାଗୁ ହେବା ସହ ଭୋର ୫ଟା ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ସେହିପରି କୋଭିଡ ଗାଇଡଲାଇନ ସହିତ ସରସ୍ୱତୀ ପୂଜାକୁ ମଧ୍ୟ ଅନୁମତି ଦିଆଯାଇଛି । ଶିକ୍ଷାନୁଷ୍ଟାନ ମାନଙ୍କରେ କୋଭିଡ କଟକଣା ଅନୁଯାୟୀ ଛାତ୍ରଛାତ୍ରୀମାନେ ସରସ୍ୱତୀ ପୂଜା କରିପାରିବେ । କିନ୍ତୁ ସର୍ବସାଧାରଣ ସ୍ଥାନରେ ସରସ୍ୱତୀ ପୂଜାକୁ ହେବନାହିଁ । ଏହା ସହିତ ରାଜ୍ୟରେ ଦୋକାନ ବଜାର, ମଲ, ହାଟ, ସିନେମା ହଲ, ସ୍ୱିମିଂ ପୁଲ୍‌, ଥିଏଟର, ଅଡିଟୋରିୟମ ଭୋର ୫ଟାରୁ ରାତି ୧୦ଟା ଯାଏଁ ଖୋଲା ରହିବ ।

ସେହିପରି ରାତ୍ରୀ କାଳୀନ କଟକଣାବେଳେ ପୂର୍ବ ମାସରେ ଜାରି କରାଯାଇଥିବା ନିୟମାବଳୀ ଫେବୃଆରୀ ମାସରେ ଲାଗୁହେବ । ଅନ୍ୟପକ୍ଷରେ ହୋମ ଡେଲିଭରୀ, ଗ୍ରୋସରୀ, ପନିପରିବା, ମାଛ-ମାଂସ, ଅଣ୍ଡା କ୍ଷୀର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଜାରି ରହିବ । ସେହିପରି କୋଭିଡ ଗାଇଡଲାଇନ ଅନୁସାରେ ଧର୍ମାନୁଷ୍ଠାନ ଖୋଲା ରହିବ । ଅଧିକ ଭିଡ ହେଲେ ଜିଲ୍ଲା ପ୍ରଶାସନ କଟକଣା ଲାଗୁ କରିପାରିବେ । ସେହିପରି କୋଭିଡ ଗାଇଡଲାଇନ ଅନୁସାରେ ଶତ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ ।