ଜୟ ଶାହଙ୍କୁ ମିଳିଲା ଆଇସିସିର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ମୁମ୍ବାଇ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଂପାଦକ ଜୟ ଶାହାଙ୍କୁ ଆଇସିସରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ଆଇସିସି ଶାହାଙ୍କୁ ପୁରୁଷ କ୍ରିକେଟ କମିଟିରେ ମେମ୍ବର ବୋର୍ଡ ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି । ଏନେଇ ଆଇସିସିର ତ୍ରୈମାସିକ ବୈଠକରେ ଏହାର ଘୋଷଣା କରାଯାଇଛି । ସୂଚନାଯୋଗ୍ୟ ଯେ, ରବିବାର ଦୁବାଇରେ ସଂପନ୍ନ ଦୁଇ ଦିନିଆ ବୋର୍ଡ ବୈଠକ ହୋଇଥିଲା । ଏହି ବୈଠକରେ ବିସିସିଆଇ ସଚିବ ଶାହଙ୍କୁ ଆଇସିସି କ୍ରିକେଟ କମିଟିରେ ନିଯୁକ୍ତି କରାଯାଇଛି ।